ରଦ୍ଦ ହେଲା ଆଡିସନାଲ୍‌ ଷ୍ଟାଣ୍ଡିଂ କାଉନସେଲ୍‌ ସମରେଶ ଜେନାଙ୍କ ନିଯୁକ୍ତି

ଭୁବନେଶ୍ୱର: ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟରେ ଆଡିସନାଲ୍‌ ଷ୍ଟାଣ୍ଡିଂ କାଉନସେଲ୍‌ ଭାବରେ ସମରେଶ ଜେନାଙ୍କ ନିଯୁକ୍ତିକୁ ଓଡ଼ିଶା ସରକାର ତୁରନ୍ତ ବାତିଲ କରିଛନ୍ତି। ଓଡିଶାର ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏହି ନିଷ୍ପତ୍ତି ସମ୍ପର୍କରେ ଆଇନ ବିଭାଗର ପ୍ରମୁଖ ସଚିବଙ୍କୁ ଅବଗତ କରିଛନ୍ତି। ସମରେଶ ଜେନାଙ୍କୁ ଅକ୍ଟୋବର ୨୧, ୨୦୨୪ରେ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲା। ହାଇକୋର୍ଟର ଆଇନ ଅଧିକାରୀ (ନିଯୁକ୍ତି, ପାରିଶ୍ରମିକ ଏବଂ କର୍ତ୍ତବ୍ୟ) ନିୟମ, ୧୯୭୪ ଅନୁଯାୟୀ ସମରେଶଙ୍କର ଆଡିସନାଲ୍‌ ଷ୍ଟାଣ୍ଡିଂ କାଉନସେଲ୍‌ ଭାବରେ ନିଯୁକ୍ତିକୁ ତୁରନ୍ତ ରଦ୍ଦ କରିବା ପାଇଁ ଆଇନ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି।

Leave a Reply

Your email address will not be published. Required fields are marked *