ରାୟପୁର: ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ୧୦ ମାଓବାଦୀଙ୍କୁ ନିପାତ କରିବାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଭାଲୁଡ଼ିହି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ। ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାସ୍କର ମୃତ ଥିବା ସୂଚନା ମିଳିଛି। ମହାସମୁନ୍ଦ ଜିଲ୍ଲା ଗରିଆବନ୍ଧ ଜଙ୍ଗଲରେ ଯମାନମାନେ ମୋଡେମ୍ ବାଲକ୍ରୀଷ୍ଣାକୁ ନିପାତ କରିଛନ୍ତି। ସୁରକ୍ଷା ବାହିନୀର ଏହି ଅପରସେନରେ ଏସ୍ଟିଏଫ୍ ଯମାନ ନିୟୋଜିତ ଅଛନ୍ତି। ମୋଡେମ ବାଲକ୍ରୀଷ୍ଣା ଏକାଧିକ ନାମରେ ଜଣାଶୁଣା। ମନୋଜ, ଭାସ୍କର, ବାଲାନ୍ନା, ରାମଚନ୍ଦ୍ର ଆଦି ନାଁରେ ସେ ପରିଚିତ। ତେଲେଙ୍ଗାନାର ହାଇଦ୍ରାବାଦ୍ ନିବାସୀ ମେଡେମ ବାଲକ୍ରୀଷ୍ଣା ପ୍ରାୟ ୩ ଦଶକ ଧରି ମାଓ ସଙ୍ଗଠନ ସହ ଜଡ଼ିତ ରହିଥିଲା।
କେନ୍ଦ୍ରୀୟ କମିଟି ଓ ସେଣ୍ଟ୍ରାଲ ରିଜିଓନାଲ ବ୍ଯୁରୋ ସଦସ୍ଯ ଥିଲା। ଓଡ଼ିଶା ରାଜ୍ଯ କମିଟିର ମୁଖ୍ଯ ଥିଲା। ଓଡ଼ିଶା-ଛତିଶଗଡ଼ ସୀମାରେ ସକ୍ରିୟ ଥିଲା। ତା ନାଁରେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ପୁରସ୍କାର ଥିଲା। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ ଅଞ୍ଚଳରେ ସକ୍ରିୟ ଥିଲା।
୧୦ ମାଓବାଦୀ ନିପାତ : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା
