ବରଗଡ଼ : ପାଇକମାଳ ନୃସିଂହନାଥ ଠାରୁ ୫ କିମି ଦୂର କପିଳଧାରା ଜଳପ୍ରପାତ ନିକଟରେ ପ୍ରବଳ ବର୍ଷାର ପ୍ରଭାବରେ ୧୭ ଛତିଶଗଡ଼ର କିଛି ପର୍ଯ୍ୟଟକ ଫସି ଯାଇଛନ୍ତି । ଖବର ପାଇବାପରେ ଡିଭିଏଫ୍, ପୋଲିସ, ଅଗ୍ନିଶମ ବାହିନୀ ଓ ବନବିଭାଗ କର୍ମଚାରୀ ଉଦ୍ଧାର ପାଇଁ ଯାଇଛନ୍ତି । ପଦ୍ମପୁର ଏସ୍ଡିପିଓ ପାଣ୍ଡବ ଶବର କହିଛନ୍ତି, ଜଙ୍ଗଲରେ ବାଟବଣା ହୋଇଥିବାନେଇ ଟୋଲ୍ ଫ୍ରି ନମ୍ବରକୁ ଛତିଶଗଡର ଜଣେ ଶ୍ରଦ୍ଧାଳୁ ଫୋନ୍ କରି ଜଣାଇଥିଲେ। ବର୍ଷା ଓ ଅନ୍ଧାର କାରଣରୁ ରାସ୍ତାଭୁଲି ଅନ୍ୟ ଦିଗରେ ଚାଲିଯାଇଥିବା ସେ ସୂଚନା ଦେଇଛନ୍ତି। ଭୀଷଣ ବର୍ଷାରେ ଉପରକୁ ଚଢିବା କଷ୍ଟକର ହେଉଥିବାରୁ ଉଦ୍ଧାରକାରୀ ଦଳ ମଧ୍ୟ ଅଧା ବାଟରେ ଜଙ୍ଗଲ ମଝିରେ ଅଟକିଛନ୍ତି ।
ସୂଚନାଥାଉକି, ନୃସିଂହନାଥରୁ ହରିଶଙ୍କରକୁ ଜଙ୍ଗଲ ମଧ୍ୟରେ ପାଦଚଲା ରାସ୍ତା ରହିଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ବିପଜ୍ଜନକ ରାସ୍ତା ଦେଇ ଯାତ୍ରା କରିଥାନ୍ତି ।