ଖୁଣ୍ଟୁଣୀ ନୂଆ ଟୋଲ ଗେଟ ପାଖରୁ ୧୮ କେଜି ଗଞ୍ଜେଇ ଜବତ

ଆଠଗଡ : ଖୁଣ୍ଟୁଣୀ ନୂଆ ଟୋଲ ଗେଟ ପାଖରୁ ପୁଲିସ ଏକ ଟାଟା ଏସି ଗାଡି ସହ ଗଞ୍ଜେଇ ଜବତ କରିଛି। ଚେଚିସ ତଳେ ସିକ୍ରେଟ ଚାମ୍ବରରେ ଲୁଚାଇ ଚାଲାଣ କରାଯଉଥିବା ୧୮ କେଜି ଗଞ୍ଜେଇ ଜବତ କରିଛି । ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଥାନାରେ ରଖି ଅଧିକ ଖୋଲତାଡ ଆରମ୍ଭ କରିଛି। ଦୁଇ ଅଭିଯୁକ୍ତ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳ ଆନନ୍ଦ ବଜାରର ସୁକସନ୍ତା ମହାରଣା ଓ ସିରିପୁରର ସୁରେନ୍ଦ୍ର ରାଉତ । ଏକ ଟାଟା ଏସି ଗାଡ଼ିରେ ରେଢାଖୋଲ ପଟରୁ ଉକ୍ତ ଦୁଇଜଣ ଗଞ୍ଜେଇ ନେଇ ଆସୁଥିବା ଖବର ପାଇ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ଏପରି ଏକ ଗାଡିକୁ ତୁରନ୍ତ ଅଟକାଇବା ପାଇଁ ପ୍ରସ୍ତୁତ ହେଇଥିଲେ। ପୁଲିସ ଖୁଣ୍ଟୁଣୀ ନୂଆ ଟୋଲ ଗେଟ ପାଖରେ ଜଗି ରହିଥିବା ବେଳେ ଏହି ଟାଟା ଏସି ଗାଡିଟି ଖୁବ ଦ୍ରୁତ ବେଗରେ ଆସି ଟୋଲ ଗେଟ କାମ ଚାଲିଥିବାରୁ ଏବଂ ଏକ ତରଫା ରାସ୍ତାରେ ଟ୍ରାଫିକ ଭିଡ ଥିବାର ଦେଖି ଚାଳକ ରାସ୍ତା ଉପରେ ଗାଡି ରଖି ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ଆଇଆଇସି ପ୍ରଧାନ ଓ ଏସଆଇ ପ୍ରିୟଦର୍ଶନ ସେଠି, ପ୍ରମୁଖ ଉଭୟଙ୍କୁ କାବୁ କରି ନେଇଥିଲେ । ଏମାନଙ୍କୁ ପଚରା ଉଚରା କରିବା ପରେ ଗାଡି ଡାଲା ତଳେ ଏମାନେ ଏକ ଚାମ୍ବର କରି ଏଥିରେ ରିତିମତ ଗଞ୍ଜେଇ କାରବାର କରୁଥିବା ପ୍ରକାଶ କରିଛନ୍ତି । ଏମାନେ ଏହି ଗଞ୍ଜେଇ ନେଇ ଛତିଆ ଓ ମାହାଙ୍ଗା ଅଞ୍ଚଳରେ ଦେଉଥିଲେ । ଆହୁରି ଅଧିକ ପଚରା ଉଚରା ଚାଲିଥୁବାରୁ ଆଉ କିଏ କିଏ ଏଥିରେ ସମ୍ପୃକ୍ତ ଅଛନ୍ନ୍ତି ତାହାର ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଆଇଆଇସି କହିଛନ୍ତି ।

Leave a Reply

Your email address will not be published. Required fields are marked *