ଓଡ଼ିଆରେ ନାମଫଳକ ନ ଲେଖିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଏଣିକି ଓଡ଼ିଆରେ ନାମଫଳକ ନ ଲେଖିଥିଲେ ସାବଧାନ୍ । ଓଡ଼ିଆରେ ନାମ ଫଳକ ନଲେଖିଲେ ହେବ ମୋକଦ୍ଦମା। ଖିଲାପକାରୀ ୧୦୦ ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କ ନାଁରେ ହେବ ମକଦ୍ଦମା। ୧୬୦୬ ପ୍ରତିଷ୍ଠାନକୁ ଓଡ଼ିଆରେ ନାମଫଳକ ଲେଖା ନ ଥିବାରୁ ନୋଟିସ୍ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୮ ମକଦ୍ଦମା ରୁଜୁ କରାଯାଇଛି।
ଓଡ଼ିଆରେ ନାମ ଫଳକ ଲେଖା ନେଇ ରାଜ୍ୟ ସରକାରଙ୍କ ଅନବରତ ଚେଷ୍ଟା ଜାରି ରହିଛି। ଏହାରି ଭିତରେ ଝାରସୁଗୁଡ଼ା ୨୩୭, ଖୋର୍ଦ୍ଧାରେ ୨o୧ ବ୍ୟବସାୟ ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ। ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଏଯାବତ୍ ମୋଟ ୨୮୫୨ ଗୋଟି ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ନିମନ୍ତେ ନିରୀକ୍ଷଣ କରାଯାଇଛି । ଏହା ମଧ୍ୟରୁ ୧୬୦୬ ଗୋଟି ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ନଥିବା କାରଣରୁ ପ୍ରତିଷ୍ଠାନର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *