ଟ୍ବିନସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ

ଭୁବନେଶ୍ୱର: ପାର୍ବଣ ପାଇଁ କଟକ-ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ନେଇ ସାମ୍ୱାଦିକ ସମ୍ମିଳନୀରେ ପୁଲିସ୍ କମିଶନର ସୂଚନା ଦେଇଛନ୍ତି । ଏଥର ଟ୍ୱିନସିଟିରେ ମୁତୟନ ହେବେ ୬୧ ପ୍ଲାଟୁନ୍ ଫୋର୍ସ। ପୁଲିସ୍ ସହ ୨୦ ପ୍ଲାଟୁନ୍ ହୋମଗାର୍ଡ ମୁତୟନ ହେବେ। ମୋଟ ୧୯୩ ମଣ୍ଡପ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି। ପୁଲିସ୍ କମିଶନର କହିଛନ୍ତି, ୨୪ଟି ପେଣ୍ଡାଲରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି। ବିଦ୍ୟୁତ୍ ଓ ନିଆଁରୁ ରକ୍ଷା କରିବାକୁ ବିଶେଷ ପଦକ୍ଷେପ ନିଆଯାଇଛି। ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଉଛି। ସେହିପରି ଡ୍ରୋନ୍ ସହାୟତାରେ ମଣ୍ଡପ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସ୍ମାର୍ଟ କଣ୍ଟୋଲ୍ ରୁମ୍ ଜରିଆରେ ପାର୍ବଣ ପରିଚାଳନା କରାଯିବା ସହ ସିସିଟିଭି ନଜରରେ ରହିଛି ସବୁ ପୂଜା ମଣ୍ଡପ। ତେବେ ଏନେଇ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ପୁଲିସ୍ କମିଶନର ସୁରେଶ ଦେବଦତ୍ତ ସିଂ।
ଅନ୍ୟପଟେ କଟକ ଦୁର୍ଗାପୂଜା ପାଇଁ ସହରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ରହିବ। ସୁରକ୍ଷା ପାଇଁ ସିସିଟିଭି ଓ ଡ୍ରୋନ୍ ର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସୁରେଶ ଦେବଦତ୍ତ ସିଂ । ୩୯ ଟି ଏଡ୍ ପୋଷ୍ଟ ରହିବ। ଟ୍ରାଫିକ ପାଇଁ ରହିବ ସ୍ଵତନ୍ତ୍ର ବ୍ୟବସ୍ଥା। ସହରରେ ୩୫ଟି ପାର୍କିଂ ପ୍ଲେସ ଚିହ୍ନଟ ହୋଇଛି।

Leave a Reply

Your email address will not be published. Required fields are marked *