ଚୌଦ୍ଵାର ଜେଲରୁ ଦୁଇ କଏଦୀ ଫେରାର୍

କଟକ: କଟକ ଚୌଦ୍ୱାର ଜେଲରୁ ୨ଜଣ ହାର୍ଡକୋର କଏଦୀ ଚମ୍ପଟ୍‍ ହୋଇଛନ୍ତି। ଦଶହରା ପୂଜା ଚାଲିଥିବା ବେଳେ ସେଲ୍ କାଟି ଫେରାର ମାରିଥିବା ସୂଚନା ରହିଛି। ଗତ ଜାନୁଆରୀରେ ପାଣିକୋଇଲିରେ ପଣ୍ଡା ଅଳଙ୍କାର ଲୁଟ୍‍ ଘଟଣାରେ ଏହି ଦୁଇ ଜଣ ଧରାପଡିଥିଲେ। ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ କରି ଲୁଟି ନେଇ ପଳାଇବାକୁ ପ୍ରୟାସ କରିଥିଲେ।ଲୁଟେରାଙ୍କ ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ଘଟଣାସ୍ଥଳରେ କାବୁ କରି ପୁଲିସ୍ ଜିମା ଦେଇଥିଲେ। ଦଶହରା ଚାଲିଥିବା ବେଳେ ବାଉଁଶ ସାହାଯ୍ୟରେ କଟକ ଚୌଦ୍ବାର ଜେଲରୁ ୨ ଡକାୟତ ଫେରାର ହୋଇଯାଇଛନ୍ତି। ଜେଲ ସେଲ୍ କାଟି ଫେରାର ହୋଇଯାଇଛନ୍ତି ୨ ବିହାରୀ ଡକାୟତ।
ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍ କରିଥିଲେ। ଲୁଟ୍ ବେଳେ ଅଳଙ୍କାର ଦୋକାନ ଉପରକୁ କରିଥିଲେ ଗୁଳିମାଡ଼। ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସୁନା ଚୋରି ଓ ମର୍ଡର କେସ୍ ରେ ସମ୍ପୃକ୍ତ ଥିଲେ ୨ ଡକାୟତ । ଫେରାର କଏଦୀଙ୍କୁ ଧରିବା ପାଇଁ କଟକ ଜୋନ-୧ ଏସିପି ଓ ଚୌଦ୍ୱାର ଥାନା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *