ଭୁବନେଶ୍ଵର: ଓଡ଼ିଶା ପୁଲିସ୍ ଏସ୍ଆଇ ଚାକିରି କେଳେଙ୍କାରୀରେ ଗିରଫ ହେଲେ ଆଉ ୨ ଅଭିଯୁକ୍ତ । କିଛି ସମୟ ମଧ୍ୟରେ ୨ ଗିରଫ ଦଲାଲଙ୍କୁ କୋର୍ଟ ଚାଲାଣ କରାଯିବ । ସେଥିପାଇଁ ଡିଜିଟାଲ ତଥ୍ୟ ଯୋଗାଡ଼ରେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚ । ତେବେ ଏସ୍ଆଇ କେଳେଙ୍କାରୀ ମାମଲାରେ ବଢିଲା ଗିରଫଦାରୀ ସଂଖ୍ୟା । ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିବା ବେଳେ ଏବେ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍ । ଏହି ମାମଲାରେ ପଞ୍ଚସଫ୍ଟ କଂପାନୀ ମାଲିକ ଶଙ୍କର ପୃଷ୍ଟି ମାଷ୍ଟର ମାଇଣ୍ଡ ଥିବା ନେଇ ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ ।
ସେପଟେ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ରତ୍ନପ୍ରଭାଙ୍କୁ ଦିଆଯାଇଛି ତଦନ୍ତ ଦାୟିତ୍ବ । କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ମିଳିଛି ତଦନ୍ତ ଦାୟିତ୍ବ। ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ତଦନ୍ତ କରିବେ ରତ୍ନପ୍ରଭା । ସୁପରଭାଇଜିଂ ଅଫିସର ଭାବେ କ୍ରାଇମବ୍ରାଞ୍ଚ ଏସପି ଅନୀଲ ବେଉରିଆଙ୍କୁ ମଧ୍ୟ ମିଳିଛି ବଡ ଦାୟିତ୍ବ ।
ପୁଲିସ ଏସ୍ଆଇ ଚାକିରି କେଳେଙ୍କାରୀ: ଆଉ ୨ ଜଣ ଗିରଫ
