ମହିଳାଙ୍କୁ ଟ୍ରକ୍ ଡ୍ରାଇଭର ଅପହରଣ ଘଟଣା: ଅଭିଯୁକ୍ତ ଗିରଫ, ଅପହୃତା ଉଦ୍ଧାର

ଭଦ୍ରକ: ଭଦ୍ରକ ଚରମ୍ପାରୁ ରିଜର୍ଭ ଲାଇନରୁ ଅପହୃତା ମହିଳା ଉଦ୍ଧାର । ଜଣେ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଟ୍ରକ ଡ୍ରାଇଭରକୁ କେନ୍ଦୁଝର ଜିଲ୍ଲା ଝୁମ୍ପୁରାରୁ ଭଦ୍ରକ ପୁଲିସ୍ ଗିରଫ କରିଛି ।
କେନ୍ଦୁଝର ସଦର ପୁଲିସ୍ ସହାୟତରେ ଅଭିଯୁକ୍ତ ଏମଡି ସୁଦାମ ହୁସେନକୁ ଗିରଫ କରି ଶନିବାର ଭୋର ସମୟରେ ଭଦ୍ରକ ଫେରିଛି ଟାଉନ ପୁଲିସ୍ । ଟ୍ରକ୍‌କୁ ଜବତ କରାଯାଇ ଭଦ୍ରକ ଟାଉନ ଥାନାରେ ରଖାଯାଇଛି। ଦିବ୍ୟାଙ୍ଗ ମହିଳାଙ୍କୁ ପୁଲିସ୍ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାନ୍ଦିଆ ଅଞ୍ଚଳରୁ ଉଦ୍ଧାର କରିବା ପରେ ତାଙ୍କର ଚିକିତ୍ସା କରିଛି । ଅଭିଯୁକ୍ତ ଦୁଷ୍କର୍ମ କରିଥିବା ନେଇ ସ୍ବୀକାର କରିଥିବା ପ୍ରେସ୍‌ନୋଟ୍‌ରେ ସ୍ପଷ୍ଟ କରିଛି । ଏହି ଅପହରଣ ଓ ଦୁଷ୍କର୍ମ ଘଟଣାରେ ବ୍ୟବହାର ହୋଇଥିବା ଟ୍ରକ୍‌କୁ ପୋଲିସ ଜବତ କରିଥିବା ବେଳେ ଅଭିଯୁକ୍ତ ଏମ୍ ଡି ସଦ୍ଦାମ୍ ହୁସେନକୁ ଗିରଫ କରିଛି ।
ତେବେ ଟ୍ରକ୍‌ର ମାଲିକ ଚିତ୍ତରଞ୍ଜନ ପ୍ରଧାନ କହିଛନ୍ତି ଯେ, ସଦ୍ଦାମ୍ ହୁସେନର ଘର ବିହାରରେ । ସେ ଝୁମ୍ପୁରା ଅଞ୍ଚଳରେ ପ୍ରାୟ ୩୦ ବର୍ଷ ହେବ ରହୁଥିଲା । ୩ ମାସ ପୂର୍ବରୁ ସେ ତାଙ୍କ ଟ୍ରକ୍ ଚଳାଉଥିଲା ।
ସୂଚନାନୁଯାୟୀ , ଚରମ୍ପା ଅଞ୍ଚଳରୁ ଏକ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିବା ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଅଭିଯୁକ୍ତ ଜଣକ ଗତ ବୁଧବାର ରାତିରେ ଜୋର ଜବରଦସ୍ତ ଟେକି ଟ୍ରକରେ ନେଇଯାଇଥିଲେ । ଆଉ ଟ୍ରକ୍ ନେଇ ସେଠାରୁ ପଳାଇ ଯାଇଥିଲେ । ଆଉ ସେହି ସମୟର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିଲା । ଟ୍ରକ୍ ଭିତରେ ଡ୍ରାଇଭର କ୍ୟାବିନ୍‌ରେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଭଦ୍ରକ ଆନନ୍ଦପୁର ରାସ୍ତା ମଝିରେ ଛାଡି ପଳାଇଥିଲା ଅଭିଯୁକ୍ତ । ସିସିଟିଭି ଭିଡିଓ ଭାଇରାଲ ହେବା ପରେ ଭଦ୍ରକ ପୁଲିସର ୩ଟି ସ୍ଵତନ୍ତ୍ର ଟିମ୍ ବିଭିନ୍ନ ଅଞ୍ଚଳରେ ଛାନଭିନ କରି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଅଞ୍ଚଳରୁ ଟ୍ରକ ଡ୍ରାଇଭର ଏମ୍ ଡି ସଦ୍ଦାମ ହୁସେନକୁ ଗିରଫ କରିବା ସହ ଟ୍ରକ୍ କୁ ଜବତ କରିଛି ।

Leave a Reply

Your email address will not be published. Required fields are marked *