କଟକ: କଟକରେ ଉତ୍ତେଜନା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି ଡିଜିପି ୱାଇ ବି ଖୁରାନିଆ । ସେ କହିଛନ୍ତି ଯେ, ସ୍ଥିତି ନେଇ ବରିଷ୍ଠ ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ସରିଛି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ କମିସନରେଟ ପୁଲିସ୍ ଓ ଓଡ଼ିଶା ପୁଲିସ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଆଇନରେ ଯେତେ କ୍ଷମତା ପ୍ରଦାନ କରାଯାଇଛି, ସମସ୍ତ କ୍ଷମତା ବ୍ୟବହାର ହେବ ବୋଲି ଡିଜିପି କହିଛନ୍ତି ।
ସେ କଟକବାସୀଙ୍କୁ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଛନ୍ତି । ସୋସିଆଲ୍ ମିଡିଆରେ ଚାଲୁଥିବା ତଥ୍ୟ ଉପରେ ବିଶ୍ବାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ପୁଲିସ୍ ୱେବସାଇଟ୍ ରେ ଥିବା ତଥ୍ୟ ଉପରେ ହିଁ କେବଳ ବିଶ୍ବାସ କରିବାକୁ କହିଛନ୍ତି ଡିଜିପି ୱାଇ ବି ଖୁରାନିଆ ।
କଟକରେ ଆଇନ୍ ଶୃଙ୍ଖଳା ବଜାୟ ରଖିବା ପାଇଁ କମିସନରେଟ ପୁଲିସର ଅପିଲ୍
