ଗ୍ରାନାଇଟ୍ ଖଣିରେ ବିସ୍ଫୋରଣ;୩ ମୃତ

ପାରଳାଖେମୁଣ୍ଡି: ଗଜପତି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମିଳିଆପୁଟି ମଣ୍ଡଳମ ଅନ୍ତର୍ଗତ ଗଙ୍ଗାରାଜପୁରମ୍ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗଙ୍ଗାରାଜପୁରମସ୍ଥିତ ଏକ ଗ୍ରାନାଇଟ୍ ଖଣିରେ ବିସ୍ଫୋରଣ ଯୋଗୁଁ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଜଣେ ଓଡ଼ିଆଙ୍କ ସମେତ ୪ ଜଣ ଗୁରୁତର ହୋଇଥିବା ସୂଚନା ରହଛି । ସେମାନଙ୍କୁ ଚିକିତ୍ସା ପାଇଁ ଟେକିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୃତକମାନେ ହେଲେ ରାଜସ୍ଥାନର ହେମରାଜ ମେଘୱାଲ (୨୫), ବିହାରର ଶ୍ରବଣ କୁମାର (୪୫) ଓ ମଧ୍ୟପ୍ରଦେଶର ପିଣ୍ଟୁ ସିଂ। ଆହତମାନେ ହେଲେ ଗଜପତି ଜିଲ୍ଲା ଆର୍.ଉଦୟଗିରି ଟଙ୍କିୟସାହି ଗ୍ରାମର ଜାନବଳିଆର ସିଂ (୪୨), ଆନ୍ଧ୍ରପ୍ରଦେଶ ଟେକିଲି ଗ୍ରାମର କେ. ଜନାର୍ଦ୍ଦନ(୨୫), ମିଳିଆପୁଟି ମଣ୍ଡଳମର କେ. ବାଲାରାଜୁ(୬୩) ଏବଂ ପେଦାଲକ୍ଷ୍ମୀପୁରମ୍ ଗ୍ରାମର ବି. ହରି ପ୍ରସାଦ(୨୪)।
ମୃତକ ଓ ଗୁରୁତର ସମସ୍ତେ ଉକ୍ତ ଗ୍ରାନାଇଟ୍ ଖଣିରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ନିୟୋଜିତ ଥିଲେ।
ଡିଏସପି ଲକ୍ଷ୍ମଣ ରାଓ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ଏକ ବଜ୍ରାଘାତ ଘଟଣା ବୋଲି ଜଣାପଡିଛି। ଆଗକୁ ମଧ୍ୟ ଅନ୍ୟ ଦିଗଗୁଡିକୁ ନେଇ ତଦନ୍ତ କରାଯିବ।

Leave a Reply

Your email address will not be published. Required fields are marked *