ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ‘କୋଲଡ୍ରିଫ୍ (କୋଲ୍ଡ୍ରିଫ୍)’ କଫ ସିରପ ପାନ କରି ଅନେକ ଶିଶୁଙ୍କ ମୃତ୍ୟୁ ଘଟିଥିବା ମାମଲାରେ ପୋଲିସ ମିଳିଛି ବଡ ସଫଳତା।ମଧ୍ୟପ୍ରଦେଶ ପୋଲିସର ସ୍ବତନ୍ତ୍ର ତଦନ୍ତ ଦଳ, ଏହି ମାମଲା ସହିତ ସମ୍ପୃକ୍ତ ‘ଶ୍ରୀସନ୍ ମେଡିକାଲ୍ସ’ (ଶ୍ରେସନ୍ ମେଡିକାଲ୍ସ) ର ମାଲିକ ଏସ୍. ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ କରିଛି ।ଗିରଫ ହବା ଭୟ ରେ ରଙ୍ଗନାଥନ ଫେରାର ହୋଇଯାଇଥିଲେ। ତାଙ୍କୁ ଖୋଜିବା ପାଇଁ ପୋଲିସ ଏକ ବିଶେଷ ଦଳ ଗଠନ କରିଥିଲା ।
ଶେଷରେ ପୋଲିସର ସ୍ୱତନ୍ତ୍ର ଦଳ ଓ ଚେନ୍ନାଇ ପୋଲିସଙ୍କ ମିଳିତ ଉଦ୍ୟମରେ ତାଙ୍କୁ ଗିରଫ କରାଯାଇଛି। ପୋଲିସ ରଙ୍ଗନାଥନଙ୍କ ଉପରେ ₹୨୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ପୋଲିସ ପୂର୍ବରୁ ତାଙ୍କ ସମ୍ପର୍କରେ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ପୁରସ୍କାର ରାଶି ପ୍ରଦାନ ସହ ନାମ ଗୋପନ ରଖିବାର ପ୍ରତିଶୃତି ଦେଇଥିଲା।ସୂତ୍ର ଅନୁସାରେ, ରଙ୍ଗନାଥନ ତାଙ୍କ ପତ୍ନୀ ସହିତ ଚେନ୍ନାଇରେ ଥିବା ଘର ଏବଂ ତାମିଲନାଡୁର କାଞ୍ଚିପୁରମରେ ଥିବା କାରଖାନାକୁ ବନ୍ଦ କରି ଫେରାର ହୋଇଯାଇଥିଲେ। ପୋଲିସ ବର୍ତ୍ତମାନ ତାଙ୍କ ଅନ୍ୟାନ୍ୟ ସହଯୋଗୀଙ୍କ ନିକଟରେ ତଦନ୍ତ ଜାରି ରଖିଛି।
