ପୁଣି ମା’ ହେଲେ ନାବାଳିକା

Oplus_131072

ମୟୂରଭଞ୍ଜ: ଶୌଚାଳୟରେ ନାବାଳିକାଙ୍କ ପ୍ରସବ, ଅବସ୍ଥା ସଙ୍କଟାପନ୍ନ

ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଓ ଦୁଃଖଦ ଘଟଣା। ଜଣେ ୧୭ ବର୍ଷୀୟା ନାବାଳିକା ସରକାରୀ ଡାକ୍ତରଖାନାର ଶୌଚାଳୟରେ ଏକ ଶିଶୁକୁ ଜନ୍ମ ଦେଇଛି।

ସୂଚନା ଅନୁସାରେ, ଝିଅଟି ସପ୍ତମ ମାସରେ ଗର୍ଭବତୀ ଥିଲା ଓ ଅକସ୍ମାତ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ସେ ଶୌଚାଳୟରେ ଶିଶୁକୁ ଜନ୍ମ ଦେଇଥିଲା। ଘଟଣା ପରେ ମା’ ଓ ନବଜାତ ଶିଶୁ ଉଭୟଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ସେମାନଙ୍କୁ ତୁରନ୍ତ ବାରିପଦା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନେଇ ଚିକିତ୍ସା ଚାଲିଛି।

ଏହି ମାମଲାରେ ଝିଅଟିର ପରିବାର ପକ୍ଷରୁ ଜଣେ ଯୁବକ ବିରୋଧରେ ଅଭିଯୋଗ ଦାଏର ହୋଇଛି। ପୋଲିସ ଏହି ଅଭିଯୋଗ ଆଧାରରେ ଅଭିଯୁକ୍ତ ଶିବନାରାୟଣ ହେମ୍ବ୍ରମଙ୍କୁ ଗିରଫ କରିଛି ଓ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *