ଆସାମରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ୪ ଥରର ବିଜେପି ସାଂସଦ ରାଜେନ ଗୋହେନ ବିଜେପିରୁ ଇସ୍ତଫା ଦେଇଛନ୍ତି। ଅଧିକାରୀଙ୍କ ଅନୁସାରେ ତାଙ୍କ ସହ ପାର୍ଟିର ୧୭ ଜଣ ଅନ୍ୟ ସଦସ୍ୟ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ୧୯୯୯ ରୁ ୨୦୧୯ ପର୍ଯ୍ୟନ୍ତ ଲାଗାତର ୪ ଥର ନାଗାଓ ସଂସଦୀୟ କ୍ଷେତ୍ରର ପ୍ରତିନିଧିତ୍ୱ କରିଥିବା ଗୋହେନ ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ସୈକିୟାଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
ଗୋହେନ ତତ୍କାଳ ପ୍ରଭାବରେ ପାର୍ଟିର ପ୍ରାଥମିକ ସଦସ୍ୟତା ସମେତ ଅନ୍ୟାନ୍ୟ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଆସାମର ଜନତାଙ୍କ ପ୍ରତି ପାର୍ଟି ସଂକଳ୍ପ ପୁରା କରିବାରେ ବିଫଳ ହେବାରୁ ସେ ଏହି ପଦକ୍ଷେପ ନେଇଛନ୍ତି। ପାର୍ଟି ଆସାମରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି ଓ ବାହାରର ଲୋକଙ୍କୁ ରାଜ୍ୟରେ ବସବାସ କରିବାର ଅନୁମତି ଦେଇ ସ୍ଥାନୀୟ ସମୂଦାୟ ସହ ବିଶ୍ୱାସଘାତ କରିଛି। ପୂର୍ବତନ ସାଂସଦ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଥିଲେ।
ଏଥିରେ ସେ ଅଚାନକ ଦଳ ଛାଡିବା ମଧ୍ୟ ଆସାମରେ ବିଜେପିର ସଙ୍ଗଠନାତ୍ମକ ଆଧାର ନିମନ୍ତେ ଏକ ଝଟକା ବୋଲି ବିବେଚନା କରାଯାଉଛି। ଗୋହେନଙ୍କ ସହ ଇସ୍ତଫା ଦେଇଥିବା ୧୭ ଜଣ ବିଜେପି ସଦସ୍ୟମାନେ ମଧ୍ୟ ସୈକିୟାଙ୍କୁ ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ଅନେକ ମଧ୍ୟ ଓ ଅପର ଆସାମର ଦୀର୍ଘ ସମୟର କାର୍ଯ୍ୟକର୍ତ୍ତା ଥିଲେ।
ବିଜେପିକୁ ଝଟକା : ଆସାମରେ ରାଜେନ୍ ଗୋହେନଙ୍କ ସମେତ ୧୭ ବିଧାୟକଙ୍କ ଇସ୍ତଫା
Oplus_16908288
