ନିର୍ବାଚନ ଜିତିଲେ ପ୍ରତି ଘରକୁ ସରକାରୀ ଚାକିରୀ : ତେଜସ୍ବୀ ଯାଦବ

ପାଟଣା: ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବ ପାଟଣାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।ଯେଉଁଥିରେ ସେ କହିଛନ୍ତି ଯେ ଯଦି ମହାଗଠବନ୍ଧନ ସରକାର ତିଆରି କରାହୁଏ ତେବେ ପ୍ରତ୍ୟେକ ଘରୁ ଜଣକୁ ସରକାରୀ ଚାକିରି ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟର ୧୦ ଲକ୍ଷ ଚାକିରି ଯୋଗାଇ ଦିଆଯିବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ୧୭ ମାସ ମଧ୍ୟରେ ୧,୫୦,୦୦୦ ଚାକିରି ପ୍ରଦାନ କରିଛନ୍ତି। ଯାହାକି ବିଜେପି ୨୦ ବର୍ଷ ମଧ୍ୟରେ କରିପାରିନାହିଁ। ବିହାରର ପ୍ରତ୍ୟେକ ପରିବାରକୁ ଏକ ସ୍ଥାୟୀ ସରକାରୀ ଚାକିରି ଯୋଗାଇ ଦିଆଯିବା ସହ ୨୦ ଦିନ ମଧ୍ୟରେ ହିଁ ଏହି ଆଇନ ପ୍ରଣୟନ କରାଯିବ ବୋଲି ସେ କହିଛନ୍ତି। ଏଥିସହିତ ଆରଜେଡି ଯାହା ପ୍ରତିଶ୍ରୁତି ଦିଏ ତାହା କରିଦେଖାଏ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେଜସ୍ୱୀ ଆହୁରି ମଧ୍ୟ କହିଛନ୍ତି ଯେ ସରକାରୀସ୍ତରରେ କାରଖାନା ସ୍ଥାପନ କରାଯାଇ ଯୁବପିଢିମାନଙ୍କୁ ରୋଜଗାର ପ୍ରଦାନ କରାଯିବା ସହ ବିହାରର ବିକାଶ ମଧ୍ୟ କରାଯିବ। ମୋର କର୍ମ ବିହାର ଏବଂ ଧର୍ମ ବିହାରୀ। ସମଗ୍ର ବିହାର ତାଙ୍କୁ ସର୍ବସମ୍ମତିକ୍ରମେ ଆଶୀର୍ବାଦ କରୁଛନ୍ତି। ନଭେମ୍ବର ୧୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପରେ ବିହାର ଆଗକୁ ବଢ଼ିବ। ସେ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ନିଶ୍ଚିତ ଭାବରେ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *