ଏଣିକି ଦେଓମାଳିରେ ବାହାର ତମ୍ବୁ ମନା

କୋରାପୁଟ: ଏଣିକି ଦେଓମାଳିରେ ବାହାର ତମ୍ବୁ ମନା। କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ତମ୍ବୁ ବାରଣ ନେଇ ନୋଟିସ ଜାରି କରାଯାଇଛି। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ରହିଥିବା ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ରାତ୍ରୀଯାପନ ପାଇଁ ବାହାର ତମ୍ବୁ ବା ଟେଣ୍ଟ ଉପରେ ବାରଣ କରାଯାଇଛି। ସୂଚନାନୁସାରେ କୋରାପୁଟର ପର୍ଯ୍ୟଟନସ୍ଥଳୀ ଦେଓମାଳୀରେ ପର୍ଯ୍ୟଟକମାନେ ରାତ୍ରୀ ଯାପନ କରନ୍ତି। ଏଥିଲାଗି ବାହାର ତମ୍ବୁ ସାଙ୍ଗରେ ନିଅନ୍ତି। ଏହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ ହୋଇଛି । ଏବେଠାରୁ ରାତ୍ରୀଯାପନ ପାଇଁ କୋଟିଆ ଗ୍ରାମପଞ୍ଚାୟତ ପକ୍ଷରୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ଟେଣ୍ଟ। ଏହାକୁ ଖିଲାପ କଲେ ୫ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ।

Leave a Reply

Your email address will not be published. Required fields are marked *