ଡିସେମ୍ବର ୨୪ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଚୟନ ହେବେ ନୂଆ କଳାକାର

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ ତାରିଖରୁ ଜାନୁଆରୀ ୩ ତାରିଖ ଯାଏଁ ଅନୁଷ୍ଠିତ ହେବ। କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼। ସ୍ବତନ୍ତ୍ର ଭାବେ ଅନୁଷ୍ଠିତ ବୈଠକରେ ତାରିଖ ଘୋଷଣା ହୋଇଛି । ୧୧ ଦିନ ଧରି ଚାଲିବାକୁ ଥିବା ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସୋମବାର ପ୍ରଥମ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ୩ ବର୍ଷରେ ଥରେ କଳାକାର ଚୟନ ପ୍ରକ୍ରିୟା ହୁଏ। । ତେବେ ଏଥର ଧନୁଯାତ୍ରା ମହୋତ୍ସବ ପୂର୍ବରୁ କଂସ ସମେତ ଅନ୍ୟ କଳାକାରଙ୍କ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ସେହିପରି ଅନ୍ୟବର୍ଷ ତୁଳନାରେ ଏଥର ମହୋତ୍ସବରେ ଅଧିକ ନୂତନତା ଏବଂ ଆକର୍ଷଣକୁ ଗୁରୁତ୍ୱ ଦିଆଯିବ ବୋଲି ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ ଓ ଉପଦେଷ୍ଟା କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।ଏହାସହ ଭିଡକୁ ଦୃଷ୍ଟିରେ ରଖି ସବୁ ପ୍ରକାର ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଥିଲା।ବରଗଡ଼ର ଧନୁଯାତ୍ରା ବିଶ୍ୱର ସବୁଠାରୁ ବଡ଼ ଖୋଲା ମଞ୍ଚ ନାଟକ ଭାବେ ଏବଂ ଏହା ଜିଲ୍ଲାର ଗୌରବ, ସଂସ୍କୃତି ଓ ଐତିହ୍ୟର ପ୍ରତିକ। ତେଣୁ ସମସ୍ତେ ଏକତ୍ରିତ ହୋଇ ସମନ୍ବିତ ଉଦ୍ୟମ ଦ୍ୱାରା ଧନୁଯାତ୍ରାର ଐତିହ୍ୟ, ଗୌରବ ଓ ମହିମାକୁ ଅକ୍ଷୁର୍ଣ୍ଣ ରଖିବାରେ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *