ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

Oplus_131072

ଦୁର୍ଗାପୁର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ପରେ ପୋଲିସ ତଦନ୍ତ ଜୋରଦାର କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ନେଇ ପୋଲିସ ଦୁର୍ଗାପୁର ପରାନଗଞ୍ଜ ଜଙ୍ଗଲ ଅଞ୍ଚଳରେ ଘଟଣାସ୍ଥଳର ସିନ୍‌ ରିକ୍ରିଏସନ୍‌ କରିଛି । ଅଭିଯୁକ୍ତମାନେ ସେହି ଦିନ ଘଟଣା କିପରି ଘଟିଥିଲା, ତାହା ପୋଲିସଙ୍କ ସମ୍ମୁଖରେ ପୁନଃ ଦେଖାଇଛନ୍ତି ।ପୋଲିସ ମଧ୍ୟ ୫ ଅଭିଯୁକ୍ତଙ୍କୁ ଗିରଫ କରି SDJM କୋର୍ଟରେ ହାଜର କରିଥିଲା, ଯେଉଁଠାରେ ଅଦାଲତ ସେମାନଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ଦେଇଥିଲା । ରିମାଣ୍ଡ ସମୟରେ ଅଭିଯୁକ୍ତମାନଙ୍କୁ ଉଠାଇ ନେଇ ପୋଲିସ ଘଟଣାସ୍ଥଳର ସମସ୍ତ ପରିସ୍ଥିତିକୁ ପୁନଃ ସୃଜନ କରିଥିଲା । ତଦନ୍ତରେ ଜଣାପଡ଼ିଛି ଯେ, ୩ ଅଭିଯୁକ୍ତ ପ୍ରଥମେ ଛାତ୍ରୀମାନଙ୍କୁ ରାସ୍ତାରୁ ଉଠାଇ ଜଙ୍ଗଲକୁ ନେଇଥିଲେ, ଏବଂ ପରେ ଆଉ ୨ ଜଣ ମିଶି ଗଣଦୁଷ୍କର୍ମ କରିଥିଲେ ।

ପୋଲିସ ସୂତ୍ରଅନୁସାରେ, ଅଭିଯୁକ୍ତ ଶଫିକ୍‌ ଶେଖ୍‌ଙ୍କୁ ତାଙ୍କ ଭଉଣୀ ରୋଜିନା ଶେଖ୍‌ଙ୍କ ସହଯୋଗରେ ଗିରଫ କରାଯାଇଥିଲା । ରୋଜିନା ନିଜେ ତାଙ୍କ ଭାଇକୁ ପୋଲିସ ହାତରେ ଧରେଇ ଦେଇଥିଲେ, କାରଣ ସେ ଚାହୁଁଥିଲେ ତାଙ୍କ ପରିବାର ଏପରି ଅପରାଧ ପାଇଁ ଲଜ୍ଜାର ସମ୍ମୁଖୀନ ନହେଉ । ଶଫିକ୍‌ଙ୍କୁ ଦୁର୍ଗାପୁରର ଅଣ୍ଡାଳ ବ୍ରିଜ୍‌ ତଳୁ ପୋଲିସ ଗିରଫ କରିଥିଲା ।

ପୋଲିସ ଏହି ଘଟଣା ସହିତ ଜଡିତ ସମସ୍ତ ତଥ୍ୟ ଏବଂ ପ୍ରମାଣ ଖୋଜି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *