ପୁରୀ: ଶ୍ରୀମନ୍ଦିରରେ ମୋବାଇଲ୍ ଫୋନ୍ ସଂପୂର୍ଣ୍ଣ ବାରଣ କରାଯିବ। ପୋଲିସ କର୍ମଚାରୀ ଓ ସେବାୟତଙ୍କୁ ସମେତ କୌଣସି ଲୋକଙ୍କୁ ମନ୍ଦିରରେ ମୋବାଇଲ୍ ନେବାକୁ ଅନୁମତି ମିଳିବେ ନାହିଁ। ପରବର୍ତ୍ତୀ କାଳରେ ୱାକିଟକି ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ସୁରକ୍ଷା ସବକମିଟି ମୁଖ୍ୟ ଗିରୀଶ ଚନ୍ଦ୍ର ମୁର୍ମୁ ଜଣାଇଛନ୍ତି।
ବୈଠକରେ ମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଛି। କେତେକ କାମ ମନ୍ଦିର ପ୍ରଶାସନ କରିବ, ଏବଂ କିଛି କାମ ସରକାର ଦ୍ୱାରା ସମ୍ପାଦିତ ହେବ। ଏହି ପଦକ୍ଷେପ କୌଣସି ଲୋକଙ୍କୁ ହଇରାଣ କରିବା ପାଇଁ ନୁହେଁ, ମନ୍ଦିରର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିଆଯାଇଛି। ଅନ୍ୟ ମନ୍ଦିରର ସୁରକ୍ଷା ଅନୁସନ୍ଧାନ କରି, ନିଷ୍ପତ୍ତି ନେବାକୁ ଯାଉଛନ୍ତି।
ଶ୍ରୀମନ୍ଦିର ସୁରକ୍ଷା ସବକମିଟିର ପ୍ରଥମ ବୈଠକ ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମନ୍ଦିର ସୁରକ୍ଷାକୁ ଆହୁରି ସୁଦୃଢ କରିବା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି। ଭିତ୍ତିଭୂମି, ଆଧୁନିକ ସରଞ୍ଜାମ, ମ୍ୟାନପାୱାର ଓ ସୁରକ୍ଷା ଡ୍ରିଲ୍ ପ୍ରୋଟୋକଲ ମଜବୁତ କରି ବ୍ୟାପକ ସୁରକ୍ଷା ଯୋଜନା ପ୍ରସ୍ତୁତ କରାଯାଇଛି।
