ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ, ୫ ହାର୍ଡକୋର୍ ଅପରାଧୀ ଗିରଫ

କୋରାପୁଟ: କୋରାପୁଟ ପୁଲିସକୁ ମିଳିଛି ବଡ଼ ସଫଳତା। ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପାଡୁଆ ଥାନା ପୁଲିସ୍ । ହାର୍ଡକୋର୍ ଅପରାଧୀ ଲାଲ ବାହାଦୂର ଦର୍ଜି ସମେତ ୫ ଅଭିଯୁକ୍ତ ଗିରଫ କରାଯାଇଛି । ୩୫୦ କିଲୋ ଗଞ୍ଜେଇ ଜବତ। ଅଭିଯୁକ୍ତଙ୍କ ଠାରୁ ୨ଟି ମାଉଜର, ଗୁଳି, ମୋବାଇଲ୍ ଫୋନ ଓ ବିଭିନ୍ନ ପରିଚୟ ପତ୍ର ଜବତ ହୋଇଛି।ସୂଚନାନୁଯାୟୀ ପାଡୁଆ ଥାନା ଏସଆଇ ସୁରେନ୍ଦ୍ର କୁମାର ସେଠୀ ପାଟ୍ରୋଲିଂ କରୁଥିବା ବେଳେ ଦୋକାନପୁଟ ଅଞ୍ଚଳରୁ ପଟାଙ୍ଗୀ ଆଡ଼କୁ ଏକ ବୋଲେରୋ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇଥିଲେ। ଏହାପରେ ପୁଲିସର ଏକ ଟିମ୍ ମାଲି ସବଲାର ଛକ ନିକଟରେ ଛକି ରହିଥିଲେ।ବୋଲେରୋକୁ ଦେଖି ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଡ୍ରାଇଭର୍ ଦ୍ରୁତ ଗତିରେ ଅରଲାବପୁଟ ଆଡ଼କୁ ଫେରାର୍ ହେବାକୁ ଚେଷ୍ଟା କରିଥିଲା। ପୁଲିସ ଟିମ୍ ପିଛା କରି ବୋଲେରୋକୁ ଅଟକାଇଥିଲେ। ପୋଲିସକୁ ଦେଖି ଅଭିଯୁକ୍ତମାନେ ଚମ୍ପଟ ମାରିବାକୁ ବସିଥିଲେ। ପୁଲିସକୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ହେଲେ ପୁଲିସ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ୨ଟି ବନ୍ଧୁକ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *