ନୂଆପଡ଼ା ଉପନିର୍ବାଚନ, ୫୨ ନେତାଙ୍କୁ ଦାୟିତ୍ଵ ବାଣ୍ଟିଲା ବିଜେଡ଼ି

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ୨୦୨୫ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାୟିତ୍ବ ବଣ୍ଟନ କରାଯାଇଛି । ପ୍ରଚାର ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୫୨ ଜଣ ବିଜେଡ଼ି ନେତାଙ୍କୁ ନିୟୋଜିତ କରିଛନ୍ତି । ନୂଆପଡ଼ା ଏନଏସି, କୋମନା ବ୍ଲକ ଓ ଖରିଆରରୋଡ୍‌ ଏନଏସିରେ ଦଳର ନେତାମାନଙ୍କୁ ଦାୟିତ୍ବ ଦେଇଛନ୍ତି ନବୀନ ।
ଉକ୍ତ ତାଲିକାରେ ନୂଆପଡ଼ା ବ୍ଲକ ପାଇଁ ନିରଂଜନ ପୂଜାରୀ, ସଂଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଂଜନ ଘଡେଇ, ଧ୍ରୁବ ସାହୁ, ମନୋହର ରନ୍ଧାରୀ, ପ୍ରଦୀପ ଦିସାରି, ତୁଷାରକାନ୍ତି ବେହେରା, ବ୍ରଜ କିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସାରଦା ପ୍ରସନ୍ନ ଜେନା, ରାମଚରଣ ରଂଜନ ବିଶ୍ବାଳ, ସୁଦର୍ଶନ ହରିପାଲ, ପ୍ରଶାନ୍ତ କୁମାର ବେହରା, ଦେବୀ ରଂଜନ ତ୍ରିପାଠୀ ଓ ନିହାର ରଞ୍ଜନ ବେହେରାଙ୍କୁ ଦାୟିତ୍ବ ମିଳିଥିବାବେଳେ ନୂଆପଡ଼ା ଏନଏସି ପାଇଁ ଅତନୁ ସବ୍ୟସାଚୀ ନାୟକ, ସାରଦା ପ୍ରସାଦ ନାୟକ, ଦେବେଶ ଆଚାର୍ଯ୍ୟ, ମନୋରମା ମହାନ୍ତି, ଦୀପାଳି ଦାସ, ଆୟୁବ ଖାନ, ରିତା ସାହୁ ଓ ସ୍ବରୂପ ଦାସଙ୍କୁ ଷ୍ଟାର ପ୍ରଚାରକ ଭାବେ ଦାୟିତ୍ବ ମିଳିଛି । ସେହିପରି, କୋମନା ବ୍ଲକ ପାଇଁ ଅଧିରାଜ ପାଣିଗ୍ରାହୀ, ପୁଷ୍ପେନ୍ଦ୍ର ସିଂହଦେଓ, ବ୍ୟୋମକେଶ ରାୟ, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଯୋଗେଶ ସିଂହ, ରବି ନନ୍ଦ, ପ୍ରଦୀପ ମାଝୀ, ନୀଳକଣ୍ଠ ପ୍ରଧାନ, ଶାନ୍ତ କୁମାର ରାଉତ, ସୁବାଶିଷ ଖୁଣ୍ଟିଆ, ଜଗନ୍ନାଥ ସାରକା, ସରୋଜ ମେହେର, ବିଶ୍ବରଂଜନ ମଲ୍ଲିକ, ଅବିନାଶ ସାମଲ, ଈଶ୍ବର ପାଣିଗ୍ରାହୀ, ରୋହିତ ଯୋଶେଫ୍‌ ତିର୍କି ଓ ଉମାକାନ୍ତ ସାମନ୍ତରାୟଙ୍କୁ ନିୟୋଜିତ କରାଯାଇଛି ।
ସେହିପରି ରଣେନ୍ଦ୍ର ପ୍ରତାପ ସିଂହ, ବିକ୍ରମ ପଣ୍ଡା, କଳିକେଶ ନାରାୟଣ ସିଂହଦେଓ, ପ୍ରଦ୍ୟୁମ୍ନ ତ୍ରିପାଠୀ, ସୌଭିକ ବିଶ୍ବାଳ, ଗୌତମ ବୁଦ୍ଧ ଦାସ, ପ୍ରଶାନ୍ତ ମୁଦୁଲି ଓ ରୁଦ୍ର ମହାରଥୀ ଖରିଆର ରୋଡ ଦାୟିତ୍ବରେ ଅଛନ୍ତି ।

Leave a Reply

Your email address will not be published. Required fields are marked *