ନୂଆପଡ଼ା ଉପନିର୍ବାଚନ: ଭକ୍ତଙ୍କ ଉପସ୍ଥିତିରେ କଂଗ୍ରେସ ରେ ଯୋଗଦେଲେ ଶତାଧିକ ଯୁବକ

Oplus_131072

ନୂଆପଡ଼ା: ଆସନ୍ତା ଉପନିର୍ବାଚନ ପୂର୍ବରୁ ଗୁରୁବାର ନୂଆପଡ଼ାର ଖୁଣ୍ଟିଆ ସମ୍ମିଳନୀ କକ୍ଷଠାରେ କଂଗ୍ରେସ ପାର୍ଟିର ମିଶ୍ରଣ ପର୍ବ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଲା । ସୁଧୀର ମିଶ୍ରଙ୍କ ନେତୃତ୍ୱରେ କରୁଣାକର ଚଣ୍ଡୀ, ଦୁଃଖଭଞ୍ଜନ ନାୟକ, କାପଳି ଭଟ୍ଟ, ରୁକେଶ ଗହିର, ନିତ୍ୟା ବେହେରା, ପ୍ରତାପ ରଣା ସହିତ ଶତାଧିକ ଯୁବକ କଂଗ୍ରେସରେ ଯୋଗଦେଲେ ।ଏହି ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, କଂଗ୍ରେସ ମୁଖପାତ୍ର ହାମିତ ହୁଜେନ, ନୂଆପଡ଼ା ଜିଲା ପର୍ଯ୍ୟବେକ୍ଷକ ମୂରଲୀଧର ନାଏକ, ଟଙ୍କଧର ସାହୁ, ପୂର୍ବତନ ନୂଆପଡ଼ା ଏନଏସି ଅଧ୍ୟକ୍ଷ ମହେଶ ନିଆଲ, ଜିଲା ପରିଷଦ ସଦସ୍ୟ ଭରତଲାଲ ରାଉତ, ଜ୍ଞାନେନ୍ଦ୍ର ଦାସ ଓ ଅଙ୍କିତ ସିଂଘାଇ ଆଦି ବିଶିଷ୍ଟ ନେତାମାନେ ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବ ନୂଆପଡ଼ାରେ କଂଗ୍ରେସର ସ୍ଥିତିକୁ ମଜବୁତ କରିଛି।

Leave a Reply

Your email address will not be published. Required fields are marked *