ନୂଆପଡ଼ା ଉପନିର୍ବାଚନ : କଂଗ୍ରେସ ଜାରି କଲା ୪୦ ଜଣିଆ ଷ୍ଟାର୍ ପ୍ରଚାରକ

Oplus_131072

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ୪୦ ଜଣିଆ ପ୍ରଚାରକ ତାଲିକା । ଷ୍ଟାର ପ୍ରଚାରକ ତାଲିକାରେ ବହୁ ଜାତୀୟ ନେତା ରହିଛନ୍ତି । ତାଲିକା ଅନୁସାରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପ୍ରଚାର ମଙ୍ଗ ସମ୍ଭାଳିବେ କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଓ ପିସିସି ସଭାପତି ଭକ୍ତଚରଣ ଦାସ । ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେଭନ୍ତ ରେଡ୍ଡୀ, ତେଲଙ୍ଗାନା ମନ୍ତ୍ରୀ ମଲ୍ଲୁ ଭଟ୍ଟି ବିକ୍ରମାର୍କ, କହ୍ନେୟା କୁମାର, ତାମ୍ରଧ୍ବଜ ସାହୁ, ଅଲକା ଲାମ୍ବା ପ୍ରମୁଖ ପ୍ରଚାର କରିବେ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସାଂସଦ ସପ୍ତଗିରି ଉଲ୍ଲାକା, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ ପ୍ରମୁଖ ରହିଛନ୍ତି। ସେହିପରି ବରିଷ୍ଠ ନେତା ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ସୁରେଶ ରାଉତରାୟ ରହିଛନ୍ତି। ପ୍ରଚାରକ ତାଲିକାରେ ମହିଳା କ୍ୟାମ୍ପେନର ଭାବେ ସସ୍ମିତା ବେହେରା, ମୀନାକ୍ଷୀ ବାହିନୀପତି, ଅମିତା ବିଶ୍ବାଳ ରହିଛନ୍ତି ।ସୂଚନାନୁସାରେ ନୂଆପଡ଼ାରେ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେବାକୁ ଯାଉଛି । ନଭେମ୍ବର ୧୧ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ । ୨୦୨୪ ସାଧାରଣ ନିର୍ବାଚନରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିବା ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

Leave a Reply

Your email address will not be published. Required fields are marked *