ନୂଆପଡ଼ା ଉପନିର୍ବାଚନ: କଂଗ୍ରେସ ପାଇଁ ପ୍ରଚାର କରିବେ ରେବନ୍ତ ରେଡ୍ଡୀ ଓ ସଚିନ ପାଇଲଟ୍

Oplus_131072

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ । ନୂଆପଡ଼ାରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ। ତିନ ଦଳ ୩ ଯୋଦ୍ଧା ପ୍ରସ୍ତୁତ। ବିଜେପିରୁ ଜୟ ଢ଼ୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ । ୩ ଦଳ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ଏଥିରେ ୪୦ଜଣଙ୍କ ନାମ ରହିଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଦ୍ୱାରା ଘୋଷଣା କରାଯାଇଥିବା ତାଲିକା ଅନୁଯାୟୀ, ଦଳ ନଭେମ୍ବର ୧୧ ​​ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ଅନେକ ଜାତୀୟ ନେତାଙ୍କୁ ସାମିଲ କରିଛି। ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ, ଅଜୟ କୁମାର ଲଲ୍ଲୁ, ମଲ୍ଲୁ ଭଟ୍ଟି ବିକ୍ରମାର୍କ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ରାଜସ୍ଥାନର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍, ରାମଚନ୍ଦ୍ର କାଡ଼ା, ଭୁପେଶ ବଘେଲ, ସଚିନ ପାଇଲଟ, ପୂର୍ବତନ ଜେଏନୟୁ ଛାତ୍ର ସଂଗଠନ ସଭାପତି କନହୈୟା କୁମାର ସାମିଲ ଅଛନ୍ତି।ସେହିପରି ଭକ୍ତ ଚରଣ ଦାସ, ସପ୍ତଗିରି ଉଲାକା, ଗିରିଧର ଗମାଙ୍ଗ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ଶହନଓ୍ବାଜ ଚୌଧୁରୀ, କିଶୋର ପଟେଲ, ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି ପ୍ରମୁଖ ରହିବେ । ଦଳର ଷ୍ଟାର ପ୍ରଚାରକଙ୍କ ତାଲିକାରେ ମହିଳା, ଯୁବ ଏବଂ ଛାତ୍ର ଶାଖାର ନେତାମାନଙ୍କୁ ମଧ୍ୟ ସାମିଲ କରିଛି। ସେମାନଙ୍କ ମଧ୍ୟରେ କଂଗ୍ରେସ ମହିଳା ଶାଖା ମୁଖ୍ୟ ଅଳକା ଲାମ୍ବା, ଯୁବ ଶାଖା ସଭାପତି ଉଦୟ ଭାନୁ ଚିବ ଏବଂ ଛାତ୍ର ଶାଖା ସଭାପତି ବରୁଣ ଚୌଧୁରୀ ଅଛନ୍ତି।

Leave a Reply

Your email address will not be published. Required fields are marked *