ଦୀପାବଳିରେ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ କଲେ ଭାରତୀୟ ସେନା

କାଶ୍ମୀର: ଦୀପାବଳିରେ ଆତଙ୍କବାଦୀମାନଙ୍କ ବଡ ଯୋଜନା ପଣ୍ଡ କଲେ ଭାରତୀୟ ସେନା । ଭାରତରେ ଏକ ବଡ଼ ଆକ୍ରମଣ ଯୋଜନା କରୁଥିବାବେଳେ, ସୁରକ୍ଷା ବାହିନୀର ସତର୍କତା ଏହାକୁ ପଣ୍ଡ କରିଥିଲା । ଦୀପାବଳି ପୂର୍ବରୁ ସୁରକ୍ଷା ବାହିନୀ ଏକ ସର୍ଚ୍ଚ ଅପରେସନ୍ କରିଥିଲା ।ଏହି ସମୟରେ, ସୋମବାର ଦକ୍ଷିଣ କାଶ୍ମୀରର ଶୋପିଆନ ଜିଲ୍ଲାର ହେଫ ଅଞ୍ଚଳରେ ଏକ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ଚିହ୍ନଟ ହୋଇଥିଲା । ଏହାପରେ ସୁରକ୍ଷା ବାହିନୀ ଏହାକୁ ସଫଳତାର ସହ ନଷ୍ଟ କରିଦେଇଥିଲେ । ସୂଚନାଯୋଗ୍ୟ ଯେ, ପୁଲିସ ଏବଂ ସୁରକ୍ଷା ବାହିନୀ ଦ୍ୱାରା ମିଳିତ ଭାବରେ କରାଯାଇଥିବା ଏହି ଅପରେସନ୍ ଅଞ୍ଚଳର ସମ୍ପୂର୍ଣ୍ଣ ତଲାସି ପରେ ଶେଷ ହୋଇଥିଲା । ଏହା ପରେ ସାଧାରଣ ଯାତାୟାତ ପୁନଃ ଆରମ୍ଭ ହୋଇଥିଲା । କାଶ୍ମୀର ପୁଲିସ୍ ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ କରିଛି ଏବଂ ବିସ୍ଫୋରକ ଲଗାଇବା ପ୍ରୟାସ ପଛରେ କିଏ ଥିଲା ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।ତେବେ ଦୀପାବଳିକୁ ଦୃଷ୍ଟିରେ ରଖି କାଶ୍ମୀରରେ ସୁରକ୍ଷା ବାହିନୀ ପୂର୍ବରୁ ସତର୍କ ରହିଥିଲେ । କୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ନିରନ୍ତର ପାଟ୍ରୋଲିଂ କରାଯାଉଥିଲା । ସୋମବାର, ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ହାସଲ କରିଛି ।

Leave a Reply

Your email address will not be published. Required fields are marked *