ଭୁବନେଶ୍ୱର: ଆସନ୍ତା ବାତ୍ୟା ଏବଂ ଲଘୁଚାପଜନିତ ଭାରୀ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତ ରହିଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ସୂଚନା ଦେଇଛନ୍ତି ।ମନ୍ତ୍ରୀ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସମ୍ମୁଖୀନ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ସଚେତନ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମେରିକାର ଏକ ଆବହାବାନୀ ସଂସ୍ଥା ଏହି ବାତ୍ୟା ସମ୍ଭାବନା ବିଷୟରେ ପୂର୍ବାଭାସ ଦେଇଛି, ଯଦିଓ ଭାରତୀୟ ପାଣିପାଗ ବିଭାଗ (IMD) ଏପର୍ଯ୍ୟନ୍ତ କେବଳ ଭାରୀ ବର୍ଷା ଆକଳନ ମାତ୍ର ଜାରି କରିଛି।ପାଣିପାଗ ରିପୋର୍ଟ ଅନୁସାରେ, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ଦେଖି ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକୁ ରେଡ ଆଲର୍ଟ ଓ ଉପକୂଳ ଅଞ୍ଚଳଗୁଡ଼ିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ବାତ୍ୟା ସମ୍ଭାବନା: ଦକ୍ଷିଣ ଓଡ଼ିଶାରେ ରେଡ, ଉପକୂଳରେ ଅରେଞ୍ଜ ଆଲର୍ଟ
Oplus_131072
