ଭୁବନେଶ୍ବର : ବିଜେପି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡ଼ି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗଣ୍ଡ ସମାଜ ସଭାପତି, ବିଜେପି ନୂଆପଡ଼ା ପ୍ରାର୍ଥୀ ଜୟ ଢୋଲକିଆ ଓ ନୂଆପଡ଼ା ବ୍ଲକ ଗୋଡ଼ଫୁଲ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ନିର୍ବାଚନ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେଡି । ଗଣ୍ଡ ସମାଜକୁ ପ୍ରଲୋଭିତ କରିବାକୁ କଲେଜ ଭିତରେ ବୈଠକ କରି ଉପନିର୍ବାଚନ ସମୟରେ ନିତ୍ୟାନନ୍ଦ ଗଣ୍ଡ କିଛି ନିୟମ ବିରୋଧୀ ପ୍ରତିଶୃତି ଦେଇଥିବା ଅଭିଯୋଗ କରିଛି ବିଜେଡ଼ି ।ଏହା ବିରୋଧରେ ବିଜେଡ଼ିର ଏକ ଟିମ ସିଇଓଙ୍କ ପାଖରେ ଫେରାଦ ହୋଇଛି । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଏହାକୁ ଗୁରୁତର ଭାବେ ନେଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଇଥିବା ବିଜେଡ଼ି ସୂଚନା ଦେଇଛି । ପ୍ରଥମେ ପ୍ରାର୍ଥୀ ଚୋରି ଓ ଏବେ ନିର୍ବାଚନ ହାରିବା ଭୟ ଯୋଗୁଁ ବିଜେପି ଏପରି କରୁଥିବା ବିଜେଡ଼ି ଅଭିଯୋଗ କରିଛି ।
ନୂଆପଡ଼ା ଉପନିର୍ବାଚନ: ବିଜେପି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେଡି
