ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସକ୍ରିୟ ହୋଇ ଆଗକୁ ବଢ଼ୁଛି, ଏବଂ ପଛକୁ ଆଉ ଏକ ନୂତନ ଲଘୁଚାପ ଦାନାବାନ୍ଧିଲାଣି। ସେପଟେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅବସ୍ଥାରେ ରହିଛି, ଯାହାର ପ୍ରଭାବରେ ୨୪ ତାରିଖ ସମୟରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହି ନୂତନ ଲଘୁଚାପ ଅଧିକ ଘନୀଭୂତ ହେବାର ପ୍ରବଳ ସମ୍ଭାବନା ରହିଛି।ପାଣିପାଗ ବିଭାଗ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ପଡ଼ିବାର ଆକଳନ କରିଛି। ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଥିବାର ସମ୍ଭାବନା ରହିଛି।ପାଣିପାଗ ବିଜ୍ଞାନ କେନ୍ଦ୍ର ଚାଷୀଙ୍କୁ ସତର୍କ ରହିବାରେ ପରାମର୍ଶ ଦେଇଛି, କାରଣ ବିଜୁଳି ଓ ଘଡ଼ଘଡ଼ି ସହିତ ଝଟକା ପବନ ଚାଲିବାର ସମ୍ଭାବନା ରହିଛି।ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ସହ ଘଡ଼ଘଡ଼ି ବର୍ଷା ପଡ଼ିବା ନେଇ ୟେଲୋ ଓର୍ନିଂ ଜାରି କରାଯାଇଛି। ଏହି ସମୟରେ ପବନ ୩୦–୪୦ କି.ମି./ଘଣ୍ଟାର ବେଗରେ ବହିବାର ସୂଚନା ମଧ୍ୟ ରହିଛି।
ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଓଡ଼ିଶାରେ ଜାରିହେଲା ସତର୍କତା
Oplus_131072
