ଏସ.ଆଇ ପରୀକ୍ଷା ଦୁର୍ନୀତି: ଯାଞ୍ଚ କରିବ ସି.ବି.ଆଈ

Oplus_131072

ଭୁବନେଶ୍ୱର – ବହୁ ଚର୍ଚ୍ଚିତ ପୋଲିସ ସବ୍‌ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷା ଘୋଟଲାର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସି.ବି.ଆଈ )l ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।ସୂଚନାଯୋଗ୍ୟ, ଓଡିଶା ପୋଲିସ ସବ୍‌ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ଉଠିଥିଲା। ପୂର୍ବତନ ତଦନ୍ତ ଭାର କ୍ରାଇମ୍‌ ବ୍ରାଞ୍ଚ ସି.ଆଇ.ଡି. କୁ ଦିଆଯାଇଥିଲା। ଏହାର ଅନୁସନ୍ଧାନରେ ଜଣାପଡ଼ିଛି ଯେ, ଏହି ଦୁର୍ନୀତି ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ପ୍ରଭାବିତ ହୋଇଥିବା ସମ୍ଭାବନା ରହିଛି। ସେହି ସହ, ଏହି ଦୁର୍ନୀତିରେ ଆନ୍ତ-ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ ତିଆରି ହୋଇଛି।ସମସ୍ତ ମାମଲାକୁ ଦୃଷ୍ଟିରେ ରଖି, ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଯେ, ଏହି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ କରିବା, ଏବଂ ସଂପୃକ୍ତ ସମସ୍ତ ଅପରାଧୀଙ୍କୁ ଆଇନ ପରିସରରେ ଆଣି ଦଣ୍ଡବିଧାନ କରିବା ପାଇଁ ତଦନ୍ତ ଭାର ସି.ବି .ଆଈ କୁ ଦିଆଯିବ।ଏହାସହ, ପୋଲିସ ଏବଂ ଅନ୍ୟାନ୍ୟ ପୋଷାକଧାରୀ ସେବାରେ କର୍ମଚାରୀ ଚୟନ ପାଇଁ ଏକ ସ୍ଥାୟୀ ଆୟୋଗ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ରାଜ୍ୟ ସରକାର ବିଚାର କରୁଛି।

Leave a Reply

Your email address will not be published. Required fields are marked *