ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ବାଲେଶ୍ୱରରେ ଆଲର୍ଟ — ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

Oplus_131072

ବାଲେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ନଜରରେ ରଖି ବାଲେଶ୍ୱର ଜିଲ୍ଲାପାଳ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ପରିସ୍ଥିତି ସ୍ଥିର ହେବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଜାରି ରହିବ। ଏବେ ଯେଉଁ କର୍ମଚାରୀ ଛୁଟିରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କାର୍ଯ୍ୟାଳୟରେ ଯୋଗଦେବାକୁ ଆଦେଶ ଦିଆଯାଇଛି। ଏହାସହ ଅଧିକାରୀମାନଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହି ସ୍ଥିତି ନଜରରେ ରଖିବାକୁ ନିର୍ଦ୍ଦେଶ ମିଳିଛି।ପାଣିପାଗ ବିଭାଗ ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ପରେ ଆନ୍ଧ୍ର ପ୍ରଦେଶର କାକିନଡ଼ା ନିକଟରେ ବାତ୍ୟା ଲ୍ୟାଣ୍ଡଫଲ କରିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ବାତ୍ୟା ‘ମୋନ୍ଥା’ ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଧ୍ୟରେ କାକିନଡ଼ା ଅଞ୍ଚଳରେ ଭୂମିସ୍ପର୍ଶ କରିବ ଓ ଭୀଷଣ ବାତ୍ୟାର ରୂପ ନେଇପାରେ। ଲ୍ୟାଣ୍ଡଫଲ ବେଳେ ପବନ ବେଗ ପ୍ରାୟ ୯୦ରୁ ୧୦୦ କିମି ପର୍ଯ୍ୟନ୍ତ ହେବ ବୋଲି ଅନୁମାନ।ଏପରିସ୍ଥିତିରେ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ପ୍ରସ୍ତୁତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ବିଭିନ୍ନ ବିଭାଗର ଅଧିକାରୀ ଓ ସମସ୍ତ ଜିଲ୍ଲାପାଳ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକରେ ଯୋଗଦେଇ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *