ଆସନ୍ତୁ ମିଳିମିଶି ଆମ ଜିଲ୍ଲାର ବିକାଶ ଓ ସମୃଦ୍ଧିକୁ ସୃଦୃଢ଼ କରିବା: ସ୍ନେହାଙ୍ଗିନୀଙ୍କ ନୂଆପଡାବାସୀଙ୍କୁ ଆହ୍ୱାନ

Oplus_131072

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ କୋମନା ବ୍ଲକ ଅନ୍ତର୍ଗତ ସମରସିଂହ ଗ୍ରାମପଞ୍ଚାୟତରେ ରବିବାର ଭବ୍ୟ ସ୍ୱାଗତ କରାଯାଇଛି। ପାରମ୍ପରିକ ନୃତ୍ୟର ତାଳରେ ସ୍ଥାନୀୟ ଯୁବଗୋଷ୍ଠୀ, ମହିଳା, ଗୁରୁଜନ, କୃଷକ ଏବଂ ଦଳୀୟ କର୍ମକର୍ତ୍ତା ଛୁରିଆଙ୍କୁ ଫୁଲମାଳ ପକାଇ ସମ୍ବର୍ଦ୍ଧନା ଜଣାଇଥିଲେ।ରବିବାର ଆୟୋଜିତ ବିଜେଡ଼ି ପ୍ରଚାର ଶୋଭାଯାତ୍ରାରେ ବିପୁଳ ଜନସମାଗମ ହୋଇ ସମସ୍ତଙ୍କର ଉତ୍ସାହ ବୃଦ୍ଧି ପାଇଥିଲା। ଏହି ସମୟରେ ଛୁରିଆ ଜନସାଧାରଣଙ୍କୁ ଉଦ୍ବୋଧନ କରି କହିଥିଲେ, “ନବୀନ ସରକାର ଯାହା ସବୁ ବିକାଶମୂଳକ କାମ ଆରମ୍ଭ କରିଛି, ତାହାକୁ ଆମେ ଆଗକୁ ନେବୁ। ନୂଆପଡ଼ାର ସର୍ବାଙ୍ଗୀଣ ବିକାଶ ପାଇଁ ମୁଁ ସଂଗ୍ରାମ ଜାରି ରଖିବି।”ସ୍ନେହାଙ୍ଗିନୀ କହିଥିଲେ, “ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସରବଦା ଆଦର୍ଶଗତ ରାଜନୀତିକୁ ପ୍ରାଥମିକତା ଦେଇଛନ୍ତି। ତାଙ୍କର ନିର୍ଦେଶରେ ନୂଆପଡ଼ାର ଲୋକଙ୍କ ଉନ୍ନତି ପାଇଁ ମୁଁ କାର୍ଯ୍ୟରତ ରହିବି। ପ୍ରତ୍ୟେକ ପରିବାର ପାଖକୁ ଯାଇ ଲୋକଙ୍କ ସମସ୍ୟା ଶୁଣିବି।”ସେ ଏହା ସହ, ଗ୍ରାମ୍ୟ ଭିତ୍ତିଭୂମିର ବିକାଶ, ମହିଳା ସଶକ୍ତିକରଣ, ଜୀବନ ଜୀବିକା, ଶିକ୍ଷା, କୃଷି ସହ ନୂଆପଡ଼ାର ସମସ୍ତ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ମିଶନ ଶକ୍ତି ଏବଂ ଅନେକ ସ୍ୱାବଲମ୍ୱୀ ଯୋଜନାରେ ଭାଗ ନେବାର ପରାମର୍ଶ ଦେଇଥିଲେ।ଶୋଭାଯାତ୍ରାରେ ନୂଆପଡ଼ା ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ ଓ ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *