ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ଆରମ୍ଭ: ମାଡ଼ ହେଉ ହେଉ ଦିଗ ବଦଳାଇଲା

Oplus_131072

ଭୁବନେଶ୍ୱର: ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇଏମଡି (IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅନୁସାରେ, ଏହି ପ୍ରକ୍ରିୟା ଚାରିରୁ ପାଞ୍ଚ ଘଣ୍ଟା ଧରି ଚାଲିବ ଓ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜାରି ରହିବ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦-୧୧୦ କିମି ପର୍ଯ୍ୟନ୍ତ ରହିପାରେ।ଆରମ୍ଭ ସମୟରେ ବାତ୍ୟା ସାମାନ୍ୟ ଦକ୍ଷିଣକୁ ଗତି କରୁଛି। ଆନ୍ଧ୍ରପ୍ରଦେଶର କାକିନାଡା ଅଞ୍ଚଳର ବଦଳରେ ମଚ୍ଛଲିପଟନକୁ ପ୍ରଭାବିତ କରିବାକୁ ଯାଉଛି। ଏହି ପ୍ରକ୍ରିୟାରେ ପ୍ରତି ଘଣ୍ଟା ୧୫ କିମି ବେଗରେ ବାତାସ୍କୋପ ବହିଛି।ସୂଚନା ଅନୁଯାୟୀ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ବିଭିନ୍ନ ଜିଲ୍ଲାରେ ପବନର ବେଗ ୬୦-୬୫ କିମି ରହିଛି। ଆସନ୍ତା କିଛି ସମୟ ପରେ ପ୍ରବଳ ବର୍ଷା ଅତି ପ୍ରବଳରେ ପରିଣତି ହେବ। ରେଡ୍ ଆଲର୍ଟ ଜାରି ହୋଇଛି, ଯେଉଁଠାରେ ବର୍ଷା ସହ ପବନ ମଧ୍ୟ ଜୋରରେ ବହିବ।

Leave a Reply

Your email address will not be published. Required fields are marked *