ମାଲକାନଗିରି: ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ଯୋଜନାକୁ ପଣ୍ଡ କରିବାରେ ସୁରକ୍ଷାକର୍ମୀ ସଫଳ ହୋଇଛନ୍ତି।ଫୁଲବାଗଡି ବଡେଶେଟ୍ଟି ଜଙ୍ଗଲ ରାସ୍ତାରେ ପ୍ରାୟ ୪୦ କିଲୋଗ୍ରାମ ଓଜନର ଏକ ଆଇଇଡି ବୋମା ଠାବ କରାଯାଇଥିଲା। ମାଓବାଦୀମାନେ ସୁରକ୍ଷା ବାହିନୀକୁ ଲକ୍ଷ୍ୟ କରିବା ଉଦ୍ଦେଶ୍ୟରେ ରାସ୍ତାରେ ଏହି ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ । ଡିଆରଜି ଓ ସିଆରପିଏଫ ମିଳିତ ଭାବେ ପାଟ୍ରୋଲିଂ ପାଇଁ ଯାଉଥିବା ସମୟରେ ଏହି ବିସ୍ଫୋରକ ଠାବ କରିଥିଲେ । ପରେ ବୋମା ନିଷ୍କ୍ରିୟକାରୀ ଦଳ ସୁରକ୍ଷିତ ଭାବେ ଆଇଇଡିକୁ ନିଷ୍କ୍ରିୟ କରିଥିଲେ ।
ଆଇଇଡି ବୋମା ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ
Oplus_131072
