ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ମାହୋଲ ସରଗରମ ହୋଇଥିବା ବେଳେ ଆଜିବିଜେପିର ପୂର୍ବତନ ସଭାପତି ତଥା ନୂଆପଡାର ପୂର୍ବତନ ବିଧାୟକ ଶ୍ରୀ ବସନ୍ତ ପଣ୍ଡାଙ୍କ ପୁତୁରା ଶ୍ରୀ ହରିଶ୍ଚନ୍ଦ୍ରପଣ୍ଡା, ସରପଞ୍ଚ ସଙ୍ଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀ ଟେକରାମ ସାହୁ, ପୂର୍ବତନ ନୂଆପଡା ନଗର ସଭାପତି ଶ୍ରୀ ଉମେଶ ସହିଷ, ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଶ୍ରୀ ପଣ୍ଡା ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ, ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ତାଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଦିବ୍ୟଶଙ୍କର ମିଶ୍ର ତାଙ୍କୁ ସ୍ବାଗତ କରିଥିଲେ।ଉଲ୍ଲେଖଯୋଗ୍ୟ, ଶ୍ରୀ ହରିଶଚନ୍ଦ୍ର ପଣ୍ଡା ନୂଆପଡାରେ ଜଣେ ଦୃଢ଼ ସଂଗଠକ । ନିର୍ବାଚନ ପରିଚାଳନାରେ ଶ୍ରୀ ପଣ୍ଡାଙ୍କର ସକ୍ରିୟ ଅନୁଭୂତି ରହିଛି। ଶ୍ରୀ ପଣ୍ଡା, ଶ୍ରୀ ସାହୁ ଓ ଶ୍ରୀ ସହିଷଙ୍କୁ ଦଳକୁ ସ୍ବାଗତ କରିବା ସହିତ,ଏମାନଙ୍କ ଯୋଗଦାନ ପରେ ନୂଆପଡାରେ ବିଜୁ ଜନତା ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ଶ୍ରୀ ମିଶ୍ର କହିଥିଲେ । ନୂଆପଡାରେ ବିଜେଡି ସ୍ଥିତି ମଜବୁତ ରହିଛି । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ନୂଆପଡା ଜିଲ୍ଲା ଗଠନ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମୟରେ ନୂଆପଡାରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି, ଯାହାକୁ ଆଜି ବି ନୂଆପଡାବାସୀ ମନେ ରଖୁଛନ୍ତି। ଗତ ୧୬ ମାସରେ ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି । ନୂଆପଡା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ହେବ।ଏହି ଅବସରରେ, ଶ୍ରୀ ହରିଶଚନ୍ଦ୍ର ପଣ୍ଡା କହିଥିଲେ, ବିଜେପି ଜୟ ଢୋଲକିଆଙ୍କୁ ନିଜ ଦଳକୁ ନେଇପ୍ରାର୍ଥୀ କରି ବିଜେପି କର୍ମକର୍ତ୍ତାଙ୍କୁ ଅଣଦେଖା କରିଛନ୍ତି। ଆମେ ଶୁଣିବାକୁ ପାଉଛୁ, ବସନ୍ତ ପଣ୍ଡାଙ୍କୁ ରାଜ୍ୟସଭା ସାଂସଦ ଓ ତାଙ୍କ ପୁତ୍ର ଅଭିନନ୍ଦନଙ୍କୁ ନିଗମ ଅଧ୍ୟକ୍ଷ ପଦର ପ୍ରତିଶ୍ରୁତି ଦେଇଛି ବିଜେପି। ନୀତି ଆଦର୍ଶ କଥା କହୁଥିବା ବିଜେପି କେବଳ ଡିଲ୍ କରୁଛି । ଏହାଦ୍ବାରା ଅସଲ କର୍ମକର୍ତ୍ତା ମାନେ ପ୍ରତାରିତ ହେଉଛନ୍ତି। ଆଗାମୀ ସପ୍ତାହରେ ବିଜେପିର ଶତାଧ୍ଵକ କର୍ମୀ ବିଜେଡିରେ ଯୋଗଦେବେ । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବସମୟରେ, ନୂଆପଡାରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି । ନୂଆପଡାବାସୀ ଏହି ନିର୍ବାଚନରେ ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବେl
ନୂଆପଡା ଉପନିର୍ବାଚନରେ ବିଜେପିକୁ ଝଟକା: ବିଜେଡିରେ ମିଶିଲେ ବସନ୍ତ ପଣ୍ଡାଙ୍କ ପୁତୁରା
Oplus_131072
