ଋଣ ନେଇ ଶୁଝିଲେନି ଭୁବନେଶ୍ୱର (ଉତ୍ତର) ବିଧାୟକ: ସମ୍ପତ୍ତି ଜବତ କଲା ବ୍ୟାଙ୍କ

Oplus_131072

ଭୁବନେଶ୍ୱର: ବିଜେଡ଼ିର ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ଓ ତାଙ୍କ ପରିବାର ବ୍ୟବସାୟ ନାମରେ ୟୁକୋ ବ୍ୟାଙ୍କରୁ ବଡ଼ ରାଶିର ଋଣ ନେଇଥିଲେ , କିନ୍ତୁ ତାହା ସମୟରେ ପରିଶୋଧ କରିନଥିଲେ। ବ୍ୟାଙ୍କ ୬୦ ଦିନର ପେମେଣ୍ଟ ନୋଟିସ୍‌ ଦେଇଥିଲେ ମଧ୍ୟ ଏହି ଦିଗରେ ଋଣଗ୍ରାସୀ ପରିବାର ଧ୍ୟାନ ଦେଇନଥିଲେ। ଏହାର ପରିଣାମ ସ୍ୱରୂପ, ବ୍ୟାଙ୍କ ଶେଷରେ ଋଣ ପରିଶୋଧ ପାଇଁ ରାଉତ ପରିବାରଙ୍କ କି କିଛି-ସମ୍ପତ୍ତି ଜବତ କରିଛି ଏବଂ ସୁରକ୍ଷା ଜମା ରାଶି ଶୀଘ୍ର ଫେରାଇବାକୁ ଲାଲ ନୋଟିସ୍‌ ମଧ୍ୟ ଜାରି କରିଛି।ଏହି ଘଟଣା ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସଖ୍ୟାତି ପାଇଁ ଏକ ଝଟକା ଭାବେ ଦେଖାଯାଇଛି। ସୁଶାନ୍ତଙ୍କ ପରିବାରୀକ ବ୍ୟବସାୟ — . ଏମ/ଏସ ଲ୍ୟାବ କେମିକାଲ୍ସ ପ୍ରାଇଭେଟ୍ ଲିମିଟେଡ୍‌,ଏମ/ଏସ ନାସନାଲ୍ ସାଇଣ୍ଟିଫିକ୍ କର୍ପୋରେସନ୍‌ ଏବଂଏମ/ଏସ ସାଇଣ୍ଟିଫିକ୍ ଟ୍ରେଡର୍ସ୍‌ — ଏହି ତିନିଟି ନାମକୁ ବ୍ୟାଙ୍କ ରିଣ ଅପରିଶୋଧ ତାଲିକାରେ ସାମିଲ କରିଛି। ଏହା ଫଳରେ ରାଉତ ପରିବାରଙ୍କ ମୂଲ୍ୟବାନ ସମ୍ପତ୍ତି ବ୍ୟାଙ୍କ ଜବତ କରିଛି।ଭକ୍ତଚରଣ ଓ ଗଗନ ବିହାରୀ ରାଉତ ଏହି ତିନି କମ୍ପାନୀ ନାମରେ ୟୁକୋ ବ୍ୟାଙ୍କ ଠାରୁ ଋଣ ନେଇଥିଲେ। କିନ୍ତୁ ସେମାନେ ସମୟରେ ରିଣ ଫେରାଇ ଦେଇନଥିଲେ। ସମୟ ବିତିବା ସହିତ ସୁଦ ରାଶି ମଧ୍ୟ ବଢ଼ିଗଲା। ବର୍ତ୍ତମାନ ସେହି ଋଣ ଏବଂ ସୁଦ ମିଶି ମୋଟ ଅବଶେଷ ରାଶି ୩ କୋଟି ୭୪ ଲକ୍ଷ ୭୧ ହଜାର ୫୮୧ ଟଙ୍କା ୨୪ ପଇସା ହୋଇଥିଲା lଏହି ଟଙ୍କା ଆଦାୟ ପାଇଁ ୟୁକୋ ବ୍ୟାଙ୍କ ରାଉତ ପରିବାରଙ୍କୁ ୩୧.୦୭.୨୦୨୫ ଓ ୨୧.୦୮.୨୦୨୫ ତାରିଖରେ ଡିମାଣ୍ଡ ନୋଟିସ୍‌ ଜାରି କରିଥିଲା, ୬୦ ଦିନ ମଧ୍ୟରେ ଦେୟ ରାଶି ଦେବାକୁ କୁହିଥିଲା। କିନ୍ତୁ ସେମାନେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପେମେଣ୍ଟ କରିନଥିଲେ। ଶେଷରେ ୨୨.୧୦.୨୦୨୫ ରେ ବ୍ୟାଙ୍କ ଜବତି ନୋଟିସ୍‌ ଜାରି କଲା।ୟୁକୋ ବ୍ୟାଙ୍କର ଆସେଟ୍‌ ମ୍ୟାନେଜମେଣ୍ଟ ବ୍ରାଞ୍ଚ ଅନୁସାରେ, ଏହି ଜବତି ସିକ୍ୟୁରିଟାଇଜେସନ୍ ଆଣ୍ଡ ରିକନସ୍ଟ୍ରକସନ୍ ଅଫ୍ ଫାଇନାନ୍ସିଆଲ୍ ଆସେଟ୍ସ ଆଣ୍ଡ ଇନଫୋରସମେଣ୍ଟ ଅଫ୍ ସିକ୍ୟୁରିଟି ଇଣ୍ଟରେଷ୍ଟ ଆକ୍ଟ, 2002 ର ଧାରା 13(4) ଓ ସିକ୍ୟୁରିଟି ଇଣ୍ଟରେଷ୍ଟ (ଇନଫୋରସମେଣ୍ଟ) ରୁଲ୍ସ, 2002 ର ନିୟମ 8 ଅନୁସାରେ କରାଯାଇଛି।ଜବତ ହୋଇଥିବା ଜମି ଏବଂ ଘର ସମ୍ପତ୍ତିଗୁଡ଼ିକ:1️⃣ ଜିଲ୍ଲା: ଖୋର୍ଦ୍ଧା, ମୌଜା: ନୟାପଲ୍ଲୀ, ଥାନା: ନୂଆ ରାଜଧାନୀ, ପ୍ଲଟ୍‌ ନଂ: 1899/3655, ମ୍ୟୁନିସିପାଲିଟି ପ୍ଲଟ୍‌ ନଂ: 484 (ଅଂଶ), କ୍ଷେତ୍ରଫଳ: 0.075 ଏକର।2️⃣ ଜିଲ୍ଲା: ଖୋର୍ଦ୍ଧା, ମୌଜା: ନୟାପଲ୍ଲୀ, ପ୍ଲଟ୍‌ ନଂ: 1899/3654, ମ୍ୟୁନିସିପାଲିଟି ପ୍ଲଟ୍‌ ନଂ: 484 (ଅଂଶ), କ୍ଷେତ୍ରଫଳ: 0.310 ଏକର।3️⃣ ଜିଲ୍ଲା: ଖୋର୍ଦ୍ଧା, ମୌଜା: ନୟାପଲ୍ଲୀ, ପ୍ଲଟ୍‌ ନଂ: 1899/3655 ଓ 486 (ଅଂଶ), କ୍ଷେତ୍ରଫଳ: 0.100 ଏକର।ଯଦିଓ ଏହି ସମ୍ପତ୍ତିଗୁଡ଼ିକ ଭକ୍ତଚରଣ ଓ ଗଗନ ବିହାରୀ ରାଉତଙ୍କ ନାମରେ ଥିଲା, ତଥାପି ସେଗୁଡ଼ିକ ଏବେ ସୁଶାନ୍ତ ରାଉତଙ୍କ ଉତ୍ତରାଧିକାର ସମ୍ପତ୍ତି। 2024 ମସିହାରେ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦେବାବେଳେ ତାଙ୍କ ଶପଥପତ୍ରରେ ସୁଶାନ୍ତ ନିଜ ଅଚଳ ସମ୍ପତ୍ତିର ମୂଲ୍ୟ ୬ କୋଟି ୨ ଲକ୍ଷ ଟଙ୍କା ଏବଂ ତାଙ୍କ ସ୍ତ୍ରୀଙ୍କ ଅଚଳ ସମ୍ପତ୍ତି ୨ କୋଟି ୫୩ ଲକ୍ଷ ଟଙ୍କା ଥିବା ଉଲ୍ଲେଖ କରିଥିଲେ।

Leave a Reply

Your email address will not be published. Required fields are marked *