ବିଶିଷ୍ଟ କବି ତଥା ଜନନେତା ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକ

ଭୁବନେଶ୍ବର : କବି ତଥା ଜନନେତା ନେତା ଶଙ୍କର୍ଷଣ ପରିଡ଼ାଙ୍କ ବିୟୋଗ । ଗୁରୁବାର ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ତାଙ୍କର ଦେହାନ୍ତ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । କ୍ୟାନ୍ସରରେ ପୀଡ଼ିତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ ଶଙ୍କର । ଏମିତିକି ଦଳର ବରିଷ୍ଠ ନେତା ହସ୍ପିଟାଲରେ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ସୂଚନା ଥାଉକି, ଫୁସ୍‌ଫୁସ୍ କର୍କଟରେ ପୀଡ଼ିତ ହୋଇ ପ୍ରଥମେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିଲା । ଦୀର୍ଘ ଦିନ ଚିକିତ୍ସା ପରେ ଆଜି ତାଙ୍କର ଦେହାନ୍ତ ହୋଇଥିବା ତାଙ୍କ ଝିଅ ଶ୍ରୀ ପରିଡ଼ାଙ୍କ ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଶଙ୍କର ପରିଡ଼ା ଜଣେ ପ୍ରସିଦ୍ଧ କବି ଓ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଥିଲେ । ଅତୀତରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ସେ ।

Leave a Reply

Your email address will not be published. Required fields are marked *