ନୂଆପଡ଼ା: ମାତ୍ର କିଛି ଦିନ ପରେ ଉପନିର୍ବାଚନର ମତଦାନ। ନୂଆପଡ଼ା ଦଖଲ କରିବାକୁ ନେଇ ତିନି ପ୍ରମୁଖ ଦଳ ଚେଷ୍ଟା ଚଳାଇଥିବା ବେଳେ ରାଲି, ସଭା ସମିତିରେ ପ୍ରକମ୍ପିତ ହେଉଛି ନୂଆପଡ଼ା ନିର୍ବାଚନ ମଣ୍ଡଳୀ। ଆଜି ନୂଆପଡ଼ା ଏନଏସିସ୍ଥିତ ଦଶ ନମ୍ବର ୱାର୍ଡରେ ବିଜେଡ଼ିର ପ୍ରଚାର ସମୟରେ ବିଜେପିକୁ ଟାର୍ଗେଟ କରି ମିଛ ପ୍ରତିଶୃତିର ଜବାବ ନୂଆପଡ଼ାବାସୀ ଦେବେ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ଲେଖାଶ୍ରୀ ସାମନ୍ତ ସିଂହାର ଓ ସ୍ୱରୂପ ଦାସ।
ଆଜିର କାର୍ଯ୍ୟକ୍ରମରେ ଶହଶହ ମହିଳା ହାତରେ ବିଜେଡ଼ି ପତାକା ଧରି ବିଶେଷ କରି ୧୦ ନମ୍ବର ୱାର୍ଡରେ ଏକ ଶୋଭାଯାତ୍ରା କରି ସ୍ନେହାଙ୍ଗିନୀ ଓ ବିଜେଡ଼ିକୁ ଭୋଟ ଦେବା ପାଇଁ ଭୋଟଭିକ୍ଷା କରିଥିଲେ। ରାଲି ସହର ସତେ ସବୁଜ ମୟ ଦିଶୁଥିଲା। ରାଜ୍ୟରେ ବର୍ତ୍ତମାନ ବିଜେପି ସରକାର ନୂଆପଡ଼ା ଜିଲ୍ଲାର ସମସ୍ତ ଉନ୍ନୟନ କାର୍ଯ୍ୟକୁ ବନ୍ଦ କରିଦେଇଛି ଏବଂ ବିଭିନ୍ନ ଦୁର୍ନୀତି ଓ ଘୋଟାଲାରେ ଜଡ଼ିତ ରହି କେବଳ ମିଛ ପ୍ରତିଶୃତି ଦେଇଚାଲିଛି ବୋଲି ବିଜେଡ଼ି ନେତା ମାନେ କହିଛନ୍ତି।ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆପଡ଼ା ବିକାଶ ଦିଗରେ ଆଗେଇ ଯାଇଛି । ବିଜେଡି ସବୁବେଳେ ଆଦିବାସୀ, ଦଳିତ ଓ ଅବହେଳିତ ଶ୍ରେଣୀଙ୍କ ଅଧିକାର ଏବଂ ସମ୍ମାନ ପାଇଁ ଲଢ଼ୁଛି । ଗ୍ରାମୀଣ ସଂଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ନ୍ୟାୟ ଅଭିଯାନରେ ସଫଳ ହୋଇଛି । ତେଣୁ ସ୍ନେହାଙ୍ଗୀନ ଛୁରିଆ ଓ ବିଜେଡି କୁ ଅଭୁତପୁର୍ବ ସମର୍ଥନ ମିଳୁଛି। ପ୍ରତ୍ୟେକ ସ୍ଥାନରେ ଗ୍ରାମବାସୀ ଓ ସ୍ଥାନୀୟ ପ୍ରତିନିଧିଙ୍କ ସହ ଆଲୋଚନା କରି ତାଙ୍କ ସମସ୍ୟା ଓ ଆଶା-ଆକାଂକ୍ଷା ବିଜେଡି ଶୁଣୁଛି।
ନୂଆପଡାରେ ଶଙ୍ଖ ନାଦ ଥିଲା ଆଗକୁ ମଧ୍ୟ ରହିବ ବୋଲି ଉଭୟ ଲେଖାଶ୍ରୀ ଓ ସ୍ୱରୂପ ଦାସ ଦୃଢୋକ୍ତି ବାଢିଛନ୍ତି। ସମନ୍ୱିତ ବିକାଶ, ଶାନ୍ତି ଓ ପ୍ରଗତି ପାଇଁ ବିଜେଡ଼ି ପ୍ରତିଶ୍ରୁତିବଦ୍ଧ। ନୂଆପଡ଼ାର ଦୀର୍ଘକାଳୀନ ବିକାଶ ଯାତ୍ରା କେବଳ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ହିଁ ସମ୍ଭବ ଏବଂ ସେଥିପାଇଁ ନୂଆପଡ଼ାରେ ଶଙ୍ଖ ନାଦ ହେଉଥିଲା ଆଗକୁ ମଧ୍ୟ ନିଶ୍ଚୟ ଏହା ବଜାୟ ରହିବ ବୋଲି ଉଭୟ ଲେଖାଶ୍ରୀ ଓ ସ୍ୱରୂପ ଦାସ କହିଛନ୍ତି।
ବିଜେଡ଼ିର ମାରାଥନ ପ୍ରଚାରରେ ଦୁଲୁକୁଛି ନୂଆପଡ଼ା
Oplus_131072
