ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧୀନକୁ ୩୧୬ କିଲୋମିଟର ଡ୍ରେନ ଆଣିବା ପ୍ରସ୍ତାବକୁ ମାନ୍ୟତା ଦିଆଯାଇଛି। ଏହି ନିଷ୍ପତ୍ତି ବିଏମସିର ୩୫ତମ ସାଧାରଣ ପରିଷଦ ବୈଠକରେ ଶୁକ୍ରବାର ନିଆଯାଇଛି।ବୈଠକରେ ଉନ୍ନତି ଓ ସହରୀ ବିକାଶ ଯୋଜନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥ ମଂଜୁରି, ଏବଂ ଅତିରିକ୍ତ ଅର୍ଥ ସରକାର ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଷୟରେ ମେୟର ଓ ଆୟୁକ୍ତଙ୍କୁ ଅବଗତ କରାଯାଇଥିଲା।ବୈଠକରେ ଉପବିଭାଗ ଓ କର୍ପୋରେଟରଙ୍କ ପକ୍ଷରୁ ୧୮ଟି ପ୍ରସ୍ତାବ ଓ ୧୪ଟି ଲିଖିତ ପ୍ରଶ୍ନ ଆଲୋଚନାକୁ ନେଯାଯାଇଥିଲା। ଏହା ସହିତ, ରାସ୍ତା ଓ ଗୃହ ବିଭାଗ ଅଧୀନରେ ଥିବା ୩୧୬ କିମି ଡ୍ରେନ ବିଏମସିର ଅଧୀନକୁ ଆଣିବା ନିଷ୍ପତ୍ତି ଗ୍ରହଣ କରାଯାଇଛି।ସହର ରାସ୍ତା ଓ ପଞ୍ଚାୟତ ଡିଭିଜନକୁ ବିଏମସି ଅଧୀନକୁ ଆଣିବା, ଆଇଗିଣିଆ ଆଳୁଗଦି ଓ କୁବେରପୁରୀରେ ଟ୍ରକ ପାର୍କିଂ ବ୍ୟବସ୍ଥା, ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ପାଇଁ ଏଜେନ୍ସି ଚୟନ, ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତିନୋଟି ଜୋନରେ ଏଜେନ୍ସି ନିଯୁକ୍ତି, ଓ ଟେଣ୍ଡର ଆହ୍ୱାନ ଜଳ୍ଦି କରାଯିବା ବିଷୟରେ ମଧ୍ୟ ନିଷ୍ପତ୍ତି ହୋଇଛି।ଏହି ବୈଠକରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ଆୟୁକ୍ତ ଚଞ୍ଚଳ ରାଣା, ସିଟି ଇଂଜିନିୟର ନାରଦ ଚନ୍ଦ୍ର ରଥ, ଅତିରିକ୍ତ ଆୟୁକ୍ତ ରତ୍ନାକର ସାହୁ, ସସ୍ମିତା ସାହୁ, କୈଳାସ ଚନ୍ଦ୍ର ଦାସ ଓ ମୁଖ୍ୟ ବିତ୍ତ ଅଧିକାରୀ ଦୀପକ ରଂଜନ ବେହେରାଙ୍କ ଉପସ୍ଥିତି ଥିଲେ।
୩୧୬ କିଲୋମିଟର ଡ୍ରେନ ବିଏମସି ଅଧୀନରେ ଆସିବ
Oplus_131072
