ନୂଆପଡା:ନୂଆପଡ଼ା ଉପନିର୍ବାଚନ ପାଇଁ ଧିରେ ଧିରେ ଜମିଲାଣି ପ୍ରଚାର । ଆସନ୍ତା ୭ ତାରିଖରେ ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ନୂଆପଡା ଉପନିର୍ବାଚନର ଷ୍ଟାର ପ୍ରଚାରକ ରେଭନ୍ଥ ରେଡ୍ଡୀ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଭୋଟ୍ ପ୍ରଚାର କରିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ଏହି ଅବସରରେ ନୂଆପଡ଼ା ସାଲେଭଟା ଠାରେ ଆୟୋଜିତ ହେବାକୁ ଥିବା ସମାବେଶ ସ୍ଥଳ ପରିଦର୍ଶନ କରି ସମସ୍ତ ବିଷୟର ସମୀକ୍ଷା କରିଛନ୍ତି ଭକ୍ତ ଚରଣ ଦାସ । ପିସିସି ସଭାପତିଙ୍କ ସହ ପ୍ରାର୍ଥୀ ଘାସିରାମ ମାଝୀ, ବିଧାୟକ ଅଶୋକ ଦାସ, ପୂର୍ବତନ ଆଇଏଏସ ତଥା କଂଗ୍ରେସର ଜାତୀୟ ମୁଖପାତ୍ର ଅମିତ ହୁସେନ ଏବଂ ଆଲୋକ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।ସୂଚନାଥାଉକି, ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ ।
ନୂଆପଡ଼ା ଉପନିର୍ବାଚନ : ୭ରେ ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ
