ସରକାରଙ୍କୁ ନବୀନଙ୍କ କଡ଼ା ଟାର୍ଗେଟ୍‌: ଜନତାଙ୍କ ସହ ଓ ବିଜେଡ଼ି ସହିତ ହୋଇଛି ବେଇମାନି

ନୂଆପଡ଼ା: ନୁଆପଡ଼ା ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେବାରେ ଲାଗିଲାଣି ମାହୋଲ। ନୂଆପଡ଼ା ଉପ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର ମଇଦାନରେ ନବୀନ। ଦିନ ୧୨ଟାରେ ନୂଆପଡ଼ାରେ ପହଞ୍ଚିବା ପରେ ଦଳୀୟ ସଭାକୁ ସମ୍ଭୋଧନ କରିଛନ୍ତି ନବୀନ ପଟ୍ଟନାୟକ। ପ୍ରାର୍ଥୀଙ୍କ ପାଇଁ ମୁଖିଆ ଓହ୍ଲାଇଛନ୍ତି ପ୍ରଚାର ମଇଦାନକୁ। ଉପନିର୍ବାଚନ ପ୍ରଚାରରେ ଆସି ଆୟୋଜିତ ଏକ ସଭାରେ ଦମ୍‌ ଦେଖାଇଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋହନ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରି ନବୀନ କହିଛନ୍ତି, ‘ଆପଣଙ୍କ ସହ ଓ ବିଜେଡି ସହିତ ବେଇମାନି ହୋଇଛି। ଆପଣଙ୍କ କ୍ଷୋଭ ପାଇଁ ନଭେମ୍ବର ୧୧ରେ ଆମେ ବଦ୍‌ଲା ନେବା। ୧୬ ମାସର ବିଜେପି ସରକାରରେ କାମ ଜିରୋ, ବିକାଶ ପୂରା ବନ୍ଦ। ମିଶନ ଶକ୍ତି ମହିଳା ୮ ମାସ ହେଲା ଦରମା ପାଇ ନାହାନ୍ତି। ସେମାନେ ଗେମ୍‌ ଚେଞ୍ଜର ନୁହଁନ୍ତି, ନେମ୍‌ ଚେଞ୍ଜର। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ନା ଆୟୁଷ୍ମାନ କହି ସମାଲୋଚନା କଲେ ନବୀନ।
ନୂଆପଡ଼ା ପ୍ରଚାର ମୈଦାନର ମଞ୍ଚ ଉପରୁ ନବୀନ ମାରିଛନ୍ତି ସିଧା ତୀର। କହିଛନ୍ତି, ବିଜୁ ଜନତା ଦଳର ନେତା ତଥା ଆପଣମାନଙ୍କର ପ୍ରିୟ ବିଧାୟକ ରାଜୁ ଭାଇ ଆଜି ଆମ ଭିତରେ ଆଉ ନାହାଁନ୍ତି । ବିଜୁ ବାବୁ ହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ ଆଉ ଆମ ସରକାର ସମୟରେ ନୂଆପଡ଼ା ବିକାଶ ସହ ଯୋଡ଼ି ହେଇଥିଲା । ବିଜୁ ଜନତା ଦଳ ସରକାର ସମୟରେ ରାଜୁ ଭାଇ ନୂଆପଡ଼ାର ବିକାଶ ପାଇଁ ମୋତେ ଯାହା ବି ଅନୁରୋଧ କରିଥିଲେ, ମୁଁ ସବୁ ପୂରା କରିଥିଲି । ହେଲେ ଆପଣମାନଙ୍କୁ ଭଲ ଭାବେ ଜଣାଅଛି ଯେ ଆପଣଙ୍କ ସହ ବିଜେଡ଼ି ସହ, ଆଉ ମୋ ସହ ବେଇମାନୀ ହେଲା । ମୋତେ ଜଣାଅଛି ଏହାକୁ ନେଇ ଆପଣଙ୍କ ମନରେ ଦୁଃଖ ଅଛି । ଏହାର ବଦଲା ମଧ୍ୟ ଆପଣମାନେ ନେବେ । ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି ।

Leave a Reply

Your email address will not be published. Required fields are marked *