ଆସନ୍ତାକାଲି ପୁଣି ଥରେ ନୂଆପଡ଼ା ଯିବେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆସନ୍ତାକାଲି ପୁଣି ଥରେ ନୂଆପଡ଼ା ଯିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଖରିଆର ରୋଡ୍‌ ଓ ନୂଆପଡ଼ା ବ୍ଲକରେ ପ୍ରଚାର କରିବେ। ଲୋକଙ୍କ ସହ ମିଶିବେ ଏବଂ କଥା ହେବେ ବୋଲି ନବୀନ ଭିଡିଓ ବାର୍ତ୍ତାରେ କହିଛନ୍ତି। ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଗତ ନଭେମ୍ବର ୩ ତାରିଖରେ ପ୍ରଚାର କରିଥିଲେ ନବୀନ ପଟ୍ଟନାୟକ। ଏହି ସଭାକୁ କୋମନାର ଲୋକମାନେ ଖୁବ ଭଲପାଇବା ଦେଇଥିଲେ। ଏଥିପାଇଁ ନବୀନ ସେମାନଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *