ନବୀନଙ୍କ ହେଲିକପ୍ଟର ଉଡ଼ାଣରେ ୨୫ ମିନିଟ୍ ବିଳମ୍ବ ପଛରେ ବିଜେପିର କୂଟନୀତି: ବିଜେଡି

Oplus_131072

ଭୁବନେଶ୍ୱର: ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡା ଯିବାକୁ ଥିଲେ । କିନ୍ତୁ ଭୁବନେଶ୍ୱର ବିମାନବନ୍ଦରରେ ନବୀନଙ୍କ ହେଲିକପ୍ଟରକୁ କ୍ଲିୟରାନ୍ସ ଦେବାରେ ବିଳମ୍ବ ଘଟିଲା ।ସକାଳ ୯ଟା ୩୦ରେ ନବୀନଙ୍କ ହେଲିକପ୍ଟର ଉଡ଼ିବା ପ୍ରଥାରେ ଏହାକୁ କେବଳ ୧୧ଟା ୩୦ରେ ଅନୁମତି ମିଳିଥିଲା । ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ନବୀନଙ୍କ ଫ୍ଲାଇଟ୍‌ ଅପରେଟର ଫ୍ଲାଇଟ୍‌ ପ୍ଲାନ୍‌ ସମୟରେ ସବମିଟ୍‌ କରିନଥିଲେ । ଏହା ନେଇ ଏୟାର ଡିଫେନ୍ସ କ୍ଲିଅରାନ୍ସ ନମ୍ବର ମିଳିପାରିନଥିଲା । ଶେଷରେ କୋଲକତା ସହିତ କୋଅର୍ଡିନେଟ କରି ଏହାର ନମ୍ବର ପ୍ରାପ୍ତ ହେଲା, ଯାହାକୁ ନେଇ ପ୍ରାୟ ୨୫ ମିନିଟ୍‌ ବିଳମ୍ବ ଘଟିଥିଲା ।ବିଜେଡି ନେତା ଚିନ୍ମୟ ସାହୁ କହିଛନ୍ତି, ନବୀନଙ୍କ ହେଲିକପ୍ଟରକୁ ଜାଣିଶୁଣି କ୍ଲିଅରାନ୍ସ ଦିଆଯାଇନଥିଲା

Leave a Reply

Your email address will not be published. Required fields are marked *