ନୁଆପଡ଼ାରୁ ୧ କୋଟି ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଅବକାରୀ ସାମଗ୍ରୀ ଜବତ

ନୂଆପଡା: ଚଳିତ ମାସ ୧୧ ତାରିଖରେ ଅନୁଷ୍ଠିତ ହେବ ନୂଆପଡ଼ା ଉପନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଜ଼ିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗକୁ ଅବକାରୀ ସାମଗ୍ରୀର ତଲାସୀ ପ୍ରକ୍ରିୟାକୁ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଦର୍ଶ ଆଚରଣ ବିଧି ଲାଗୁ ହେବା ଦିନରୁ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଅବକାରୀ ବିଭାଗ ୮୬ ଲିଟର ବିଅର୍, ୪୨ ଲିଟର ବିଦେଶୀ ମଦ, ୬୯୬୩ ଲିଟର ହାତ ରନ୍ଧା ମଦ, ୧୫୧୨ ଲିଟର ବାହାର ଭାଟି ମଦ, ୬୦ କିଲୋଗ୍ରାମ ଗଞ୍ଜେଇ ଏବଂ ୧,୭୧, ୩୦୦ କିଲୋଗ୍ରାମ ମହୁଲ ପୋଚ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ୦୩ ହଜାର ୭୫୬ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହା ସହିତ ୮ ଗୋଟି ବାଇକ୍ ଏବଂ ଏକ ଚାରି ଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛି । ବର୍ତ୍ତମାନ ସୁଦ୍ଧା ୨୪୨ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଥିଲା ବେଳେ ୧୩୪ ଜଣଙ୍କୁ ଗିରଫ କରାଯାଇଥିବା ନୂଆପଡ଼ାର ଅବକାରୀ ଅଧିକ୍ଷକ ପ୍ରକାଶ କରିଛନ୍ତି । ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣକୁ ସମ୍ପୂର୍ଣ୍ଣ ପ୍ରତିହିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳ ପ୍ରଶାସନ ଓ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *