ଭୁବନେଶ୍ବର: ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଅବସ୍ଥା ଗମ୍ଭୀର। ଯେଉଁ ଅବସ୍ଥାରେ ହ୍ୟୁମାନ୍ ସାଗରଙ୍କୁ ଏମ୍ସ ଆଇସିୟୁରେ ଭର୍ତ୍ତି କରାଯାଇଥିଲା, ସେହିପରି ରହିଛି। ୭୨ ଘଣ୍ଟା ଯାଏ ଅବଜରଭେସନରେ ରଖାଯିବ ବୋଲି ଡାକ୍ତରଙ୍କ ପକ୍ଷରୁ ଜଣାପଡିଛି। ଲିଭର୍ ଓ କିଡ୍ନି ସହିତ ହ୍ୟୁମାନ୍ଙ୍କ ବହୁ ଅଙ୍ଗ ପ୍ରଭାବିତ ହୋଇଛି। ସେ ଶ୍ବାସକ୍ରିୟାଜନିତ ଅସୁବିଧା, ନିମୋନିଆ, ପୀଡ଼ିତ ଅଛନ୍ତି। ଏକ୍ମୋ ବିଶେଷଜ୍ଞ ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍ରେ ବହୁ ରୋମାଣ୍ଟିକ୍ ଗୀତ ଭେଟି ଦେଇଥିବା ହ୍ୟୁମାନ୍ ସାଗର ଘରେ ଘରେ ପରିଚିତ। ଏଣେ ଆଜି ହ୍ୟୁମାନ୍ ସାଗରଙ୍କ ମା କହିଛନ୍ତି, ତାର ଅଙ୍ଗ କାମ କରୁନି। ଗୋଟିଏ ପ୍ରତିଶତ ଚିକିତ୍ସା ଲାଗି ସେ ରାଜ୍ୟ ବାହାରକୁ ନେବା ଲାଗି ଚିନ୍ତା କରୁଛନ୍ତି। ଏଥିଲାଗି ରାଜ୍ୟ ସରକାର ତାଙ୍କୁ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି।
କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଅବସ୍ଥା ଗମ୍ଭୀର
