ନୂଆଦିଲ୍ଲୀ : ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ସକାଳୁ ଭୂମିକମ୍ପ ଅନୁଭୁତ ହୋଇଛି। ରିପୋର୍ଟ ଅନୁଯାୟୀ ଶୁକ୍ରବାର ସକାଳେ ପାକିସ୍ତାନରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ତୀବ୍ରତା ୫.୨ ମାପ କରାଯାଇଥିଲା। ଏହି ଭୂମିକମ୍ପ ଭୋର ୩:୦୯ ରେ ହୋଇଛି। ଏହାର କେନ୍ଦ୍ରଭୂମି ପୃଥିବୀ ପୃଷ୍ଠରୁ ୧୩୫ କିଲୋମିଟର ତଳେ ଥିଲା। ଏପର୍ଯ୍ୟନ୍ତ ଏହି ଭୂମିକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ।
ପାକିସ୍ତାନ ରେ ଭୂମିକମ୍ପ
