ଭୁବନେଶ୍ଵର : ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା କରାଯାଇଛି। ପୁସ୍ତକମେଳା କମିଟିର ସଭାପତି ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ଚୟନ କମିଟି ବୈଠକରେ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଆବାହକ ରମେଶ ଚନ୍ଦ୍ର ସ୍ଵାଇଁ, ସଭ୍ୟ ବୀରକିଶୋର ପ୍ରଧାନ ଓ କମଳିନୀ ମଲ୍ଲିକ ପ୍ରମୁଖ ଯୋଗ ଦେଇ ପୁରସ୍କାର ଚୟନ କରିଥିଲେ।
ଉପନ୍ୟାସ ‘ବସୁଧା ନନ୍ଦିନୀ’ ପାଇଁ ଶକୁନ୍ତଳା ବଳିଆରସିଂହ, ‘ଅହଲ୍ୟା’ ପାଇଁ ପୁଷ୍ପାଞ୍ଜଳି କର, କ୍ଷୁଦ୍ରଗଳ୍ପ ପୁସ୍ତକ ‘ଚକ୍ରବ୍ୟୁହ’ ପାଇଁ ରଶ୍ମି ମିଶ୍ର, କବିତା ‘ଆଜି ବି ସେଇଠି’ ପାଇଁ ସୁଧାକର ମହାନ୍ତି, ଧର୍ମସାହିତ୍ୟ ପୁସ୍ତକ ‘ଭାବ ଭକ୍ତିର ଲହରୀ ଓ ଗୀତାମୃତ’ ପାଇଁ ବ୍ରଜ କିଶୋର ମିଶ୍ର, ପ୍ରବନ୍ଧ ପୁସ୍ତକ ‘ସାହିତ୍ୟ: ମର୍ମ ଓ ମର୍ମାନ୍ତର’ ପାଇଁ ସଞ୍ଜୟ କୁମାର ପଣ୍ଡା, ଅନୁବାଦ ସାହିତ୍ୟ ପୁସ୍ତକ ‘ଲବଙ୍ଗ’ ପାଇଁ ଚିତ୍ତରଞ୍ଜନ ପଟ୍ଟନାୟକ, ନାଟକ ‘ବାପ ପିଠିରେ ଢୋଲ’ ପାଇଁ ରମେଶ ଚନ୍ଦ୍ର ମିଶ୍ର, ବିଜ୍ଞାନ ସାହିତ୍ୟ ‘ବାଳୁଖଣ୍ଡ ଅଭୟାରଣ୍ୟରୁ ଜନପଦ ସହନ’ ପାଇଁ ବାଉରୀବନ୍ଧୁ ବେହେରା, ଶିଶୁକବିତା ‘ଭାଲୁ ନାଚିଲା’ ପାଇଁ ଅରୁଣ କୁମାର ପଣ୍ଡା, ଶିଶୁଗଳ୍ପ ‘ପର ନୁହନ୍ତି ପଡ଼ୋଶୀ’ ପାଇଁ ମିନତୀ ପଟ୍ଟନାୟକ ଓ ଗୀତିକବିତା ପୁସ୍ତକ ‘ଅନ୍ତୁଡ଼ିରୁ ଜୁଇ’ ପାଇଁ ପ୍ରଭାସିନୀ ବରାଡ଼ (ସୁଧାଂଶୁମୋହନ ରାଉତରାୟ ସ୍ମୃତି ସମ୍ମାନ) ଓ ଭ୍ରମଣ କାହାଣୀ ପୁସ୍ତକ ‘ସେଦିନରୁ ସୁଇଡେନ ଯାଏ’ ପାଇଁ ସରୋଜ କୁମାର ମିଶ୍ର ପ୍ରମୁଖଙ୍କୁ ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇବା ପାଇଁ ମନୋନୀତ କରିଛନ୍ତି । ନଭେମ୍ବର ୨୩ ତାରିଖ ଉଦଯାପନୀ ସମାରୋହରରେ ମନୋନୀତ ଙ୍କୁ ପୁରସ୍କୃତ କରାଯିବ।
୨୩ ରେ ପୁସ୍ତକ ମେଳା ପୁରସ୍କାର
