କଟକ : ଜିଲ୍ଳାସ୍ତରୀୟ ଉନ୍ନୟନ ଅଧିକାରୀ, ବ୍ଲକ, ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ପାଇଁ ସ୍ଥାୟୀ ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ଏକ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଳା ପରିଷଦ କଟକ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କର୍ମଶାଳାରେ ସମସ୍ତ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ବିଶେଷଜ୍ଞ ଭାବେ ସହକାରୀ ନିର୍ବାହୀ ଅଧିକାରୀ, ଜିଲ୍ଳା ପରିଷଦ, ଅବଦୁଲ ଅମିର ଖାନ୍, ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ, ଡିପିଏମୟୁ ଯାଜପୁର ଅର୍ଚ୍ଚିତା ଦାସ୍, ସହକାରୀ ନିର୍ଦ୍ଦେଶକ ଡିପିଏମୟୁ, ବଲାଙ୍ଗୀର ସଞ୍ଜୟ କୁମାର ଦାସ ସ୍ଥାୟୀ ବିକାଶ ଲକ୍ଷ୍ୟର ଗୁରୁତ୍ୱ ଏବଂ ଅନୁଗମନ ତଥା ଜିଲ୍ଳା, ବ୍ଲକ ଏବଂ ପଂଚାୟତ ସ୍ତରରେ ଏହାର କାର୍ଯ୍ୟକାରିତା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
Related Posts
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ୍ ଅଭିଯୋଗ
ଭୁବନେଶ୍ୱର : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଜଣେଅଧ୍ୟାପକଙ୍କ ନାମରେ କାଷ୍ଟିଂକାଉଚ୍ ଅଭିଯୋଗ ହେଇଛି। ଯାହାକୁ ନେଇ କଲେଜ ରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ…
ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦିତ ହେଲା ୫ଟି ପ୍ରସ୍ତାବ
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଅନୁମୋଦିତ ହୋଇଥିବା ପ୍ରସ୍ତାବ ଗୁଡିକ ହେଲା ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା, ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ…
ନିଆଁରେ ପୋଡ଼ି ଗୁରୁତର ଛାତ୍ରୀଙ୍କ ମୃତ୍ୟୁ
ରାଜଗାଙ୍ଗପୁର : ରାଜଗାଙ୍ଗପୁର ଲାଞ୍ଜିବେରନାର ଛାତ୍ରୀ ନିଆଁରେ ପୋଡ଼ି ହୋଇ ଗୁରୁତର ହେବା ଘଟଣା ଚିକିତ୍ସିତ ହେଉଥିବା ବେଳେ ଛାତ୍ରୀ ଜଣଙ୍କର ଆଜି ମୃତ୍ୟୁ ଘଟିଛି।ପୋଡିଯିବା ପରେ…
