ଭୁବନେଶ୍ୱର : ଲିଫ୍ଟ ଦେଇ ଜଣେ ଛାତ୍ରୀଙ୍କୁ ଅପହରଣ କରିବା ଅଭିଯୋଗ ରେ ଭୁବନେଶ୍ବର ମହିଳା ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି କଟକ ମଧୁପାଟଣା ଅଞ୍ଚଳର ହ୍ରିତିକ୍ ନାୟକ। ଭୁବନେଶ୍ୱରର ଏକ ଘରୋଇ କଲେଜରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ଲିଫ୍ଟ ଦେବାକୁ କହି ଅପହରଣ କରିଥିଲେ ଯୁବକ। ହ୍ରିତିକ୍ ଉକ୍ତ ଛାତ୍ରୀଙ୍କ ସହ ପରିଚିତ ଥିବା ବେଳେ ତାଙ୍କୁ କଲେଜରୁ ନେଇ ଘରେ ଛାଡିଦେବ ବୋଲି କହିଥିଲେ। ଏହା ପରେ ତାଙ୍କୁ ଅପହରଣ କରିଥିଲେ। ପୁଲିସ ଅଭିଯୁକ୍ତ ହ୍ରିତିକ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଲିଫ୍ଟ ଦେବା ବାହାନାରେ କଲେଜ ଛାତ୍ରୀଙ୍କୁ ଅପହରଣ
