୫୩ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫୩ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବହୁ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ତଥା ନାଗରିକ ଅଧିକାର ସଂକ୍ରାନ୍ତ ରାୟ ଦେଇ ଚର୍ଚ୍ଚାରେ ଅଛନ୍ତି ଜଷ୍ଟିସ ସୂର୍ଯ୍ଯକାନ୍ତ। ଜଷ୍ଟିସ ବି.ଆର. ଗଭାଇଙ୍କ ପରେ ଦାୟିତ୍ବ ନେବେ ଜଷ୍ଟିସ ସୂର୍ଯ୍ୟକାନ୍ତ। ପରବର୍ତ୍ତୀ ସିଜେଆଇ ହେବା ଲାଗି ଗତ ଅକ୍ଟୋବର ୩୦ ରେ ତାଙ୍କ ନାଁ ଘୋଷଣା କରାଯାଇଥିଲା। ହରିଆଣାର ହିସାର ଜିଲ୍ଲାରେ ୧୯୬୨ ଫେବ୍ରୁଆରୀ ୧୦ରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ସୂର୍ଯ୍ଯକାନ୍ତ। ପ୍ରଥମେ ସେ ହିସାରରେ ଜଣେ ଆଇନଜୀବୀ ଭାବେ କାର୍ଯ୍ଯ କରିଥିଲେ। ପରେ ସେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଯୋଗଦେଇଥିଲେ। ୨୦୧୮ରେ ସେ ହୋଇଥିଲେ ହିମାଚଳପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି।

Leave a Reply

Your email address will not be published. Required fields are marked *