ଭୁବନେଶ୍ବର : ୧୧ ଦଫା ଦାବି ନେଇ ଅଙ୍ଗନଓ୍ବାଡି କର୍ମୀ ସୋମବାର ଗାନ୍ଧୀ ମାର୍ଗରେ ବିଶାଳ ସମାବେଶ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଙ୍ଗନଓ୍ବାଡି କର୍ମୀଙ୍କୁ ଶିକ୍ଷକ ମାନ୍ୟତା ଦାବି କରିବା ସହ ଦରମା ୧୮ ହଜାର ଟଙ୍କା ବୃଦ୍ଧି କରିବା ପ୍ରମୁଖ କେତେକ ଦାବି କୁ ନେଇ ବିକ୍ଷୋଭ କରିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଅଙ୍ଗନଓ୍ବାଡି କର୍ମୀ ଚେତାବନୀ ଦେଇଛନ୍ତି।
୧୧ ଦଫା ଦାବି ନେଇ ଅଙ୍ଗନଓ୍ବାଡି କର୍ମୀଙ୍କ ଆନ୍ଦୋଳନ
